ଘଟଗାଁ,୨୫/୦୧: ପିଠାଗୋଳା ଜଙ୍ଗଲରୁ ଏକ ବାଘ ଛୁଆର ମୃତଦେହ ଠାବ ହୋଇଛି । ବାଘ ଛୁଆଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ବନ ବିଭାଗର ଏକ ଟିମ୍‌ ମୃତଦେହ ଜବତ କରି ତଦନ୍ତ ଚଳାଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ପିଠାଗୋଳା ଜଙ୍ଗଲରେ ଏବଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ପିଠାଗୋଳା ଜଙ୍ଗଲରେ ଏକ ବାଘ ଛୁଆର ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହା ଦେଖି ତୁରନ୍ତ ବନ ବିଭାଗର କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗର ଏକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ପହଞ୍ଚି ବାଘ ଛୁଆଟିର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏହା ସହ ବାଘ ଛୁଆଟିର ମୃତ୍ୟୁର କାରଣ ଖୋଜି ତଦନ୍ତ ଚଳାଇଛି ବନ ବିଭାଗ ଟିମ୍‌ ।