ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Published By : Harapriya Sethi | October 2, 2024 7:10 AM

ଚୌଦ୍ଵାର,୦୨/୧୦: ୫୫ ନମ୍ୱର ଜାତୀୟ ରାଜପଥ ଓଟିଏମ ଛକ ଗଳିପୋଲ ନିକଟରୁ ଜଣେ ଯୁବକର ମୃତୁଦେହ ଉଦ୍ଧାର ହୋଇଛି । ଯୁବକ ନିକଟରୁ ଏକ ମୋବାଇଲ୍ ମିଳିବା ସହ ଏକ ନମ୍ବର ବିହୀନ ମୋଟର ସାଇକେଲ ଜବତ କରାଯାଇଛି । ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ  ସେ  ଛତିଶଗଡ଼ ଦୁର୍ଗ ଅଞ୍ଚଳର ଦିନେଶ ବରିହା ବୟସ ୨୮ ବୋଲି ଜଣାପଡ଼ିଛି । 

ସୂଚନା ମୁତାବତ, ଦିନେଶ ନିଜ ଭାଇଙ୍କ ସହିତ ଢେଙ୍କାନାଳରେ ରହି ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ । ତେବେ ମଙ୍ଗଳବାର ଦିନେଶ ପାରିବାରିକ କଳହ କାରଣରୁ ନିଜ ଘରୁ ବାହାରି କଟକ ଆସିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ମର ଶରୀର ଓଟିଏମ୍ ଛକ ନିକଟ ଗଳି ପୋଲ ନିକଟରେ ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଚୌଦ୍ୱାର ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ପରେ ପୋଲିସ ତାଙ୍କ ନିକଟରୁ ମିଳିଥିବା ମୋବାଇଲ୍ ଫୋନ୍ ଯୋଗେ ତାଙ୍କ ପରିବାର ସହିତ ଯୋଗାଯୋଗ କରିବାପରେ ତାଙ୍କ ପରିଚୟ ପାଇଥିଲା । କିନ୍ତୁ କେଉଁ କାରଣରୁ ଦିନେଶଙ୍କ ମୃତ ହୋଇଛି ତାହା ଏବେ ଅସ୍ପଷ୍ଟ ଥିବାବେଳେ ଚୌଦ୍ୱାର ପୋଲିସ ଘଟଣାର ତଦନ୍ତ କରୁଛି । ଏହା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡ଼ିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି । 

ଅନ୍ୟପଟେ ଦିନେଶ ବରିହାର ଭାଇ ପୋଲିସ ଠାରୁ ଭାଇର ମୃତ ଖବର ଶୁଣିବା ପରେ କାଲି ଆସି ଚୌଦ୍ୱାର ଥାନାରେ ପହଞ୍ଚିବ ବୋଲି ଥାନା ଅଧିକାରୀ ବିଶ୍ୱରଞ୍ଜନ ସାହୁ ସୂଚନା ଦେଇଛନ୍ତି l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.