କୋକସରା,୧୦/୦୭; ଭିଟାମାଟିରେ ପହଞ୍ଚିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ । ଗୁରୁବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ କୁମୁଡ଼ାମୁଣ୍ଡାର ଭୁବନେଶ୍ୱର ବେଣାଙ୍କ ପୁଅ ରାଜକିଶୋର ବେଶ୍ରା ମୃତଦେହ ଗାଁରେ ପହଞ୍ଚିଛି । ବେଣାଙ୍କ ମୃତ୍ୟୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି । କାନ୍ଦ ବୋବାଳି ଫାଟି ପଡ଼ୁଛି ଗାଁ ଦାଣ୍ଡ । ରୋଜଗାରିଆ ପୁଅକୁ ହରାଇ ଶୋକ ବୁଡ଼ି ଯାଇଛନ୍ତି ପରିବାର ଲୋକ ।
ସୂଚନା ଅନୁଯାୟୀ, ରାଜକିଶୋର ବେଶ୍ରା ହାଇଦ୍ରାବାଦର ଏକ ଠିକାସଂସ୍ଥାରେ କାର୍ଯ୍ୟରତ ଥିଲେ । ମଙ୍ଗଳବାର କୌଣସି କାରଣରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡ଼ିଥିଲେ । ସେଠାରେ ଥିବା ସାଥି ଶ୍ରମିକମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଜୀବନ ଚାଲିଯାଇଥିଲା । ବ୍ୟବଚ୍ଛେଦ ପରେ ହାଇଦ୍ରାବାଦ ପୁଲିସ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଥିଲା। ଠିକାସଂସ୍ଥାର ସହଯୋଗରେ ରାଜକିଶୋର ବେଶ୍ରାଙ୍କ ମରଶରୀର ଆଜି ଗାଁରେ ପହଞ୍ଚିଥିଲା । ତେବେ ଗାଁ ଶ୍ମାଶନରେ ଯୁବକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅନ୍ୟପଟେ ରାଜକିଶୋର ପରିବାର ଏକମାତ୍ର ରୋଜଗାରିଆ ଥିଲେ । ତେଣୁ ବାପା ପ୍ରଶାସନକୁ ସହଯୋଗ ପାଇଁ ଦାବି କରିଛନ୍ତି ।...