ଫିରିଙ୍ଗିଆ,୧୨।୬ : ଫିରିଙ୍ଗିଆ ଥାନା ଅନ୍ତର୍ଗତ କେଳାପଡ଼l ପଞ୍ଚାୟତର ବଇରିଗୁମ୍ପl ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ରାସ୍ତାକଡରୁ ଉଦ୍ଧାର କରିଛି ଫିରିଙ୍ଗିଆ ପୋଲିସ l ମୃତ ବ୍ୟକ୍ତି ଜଣକ ହେଲେ ପ୍ରଭାତ ମଲ୍ଲିକ l
ନୁଆପଦର ପଞ୍ଚାୟତର ଜାର୍ଗୀପଡ଼l ଗ୍ରାମର ପ୍ରଭାତ ମଲ୍ଲିକ ଘରୁ ଆସି ଆଉ ଫେରି ନଥିଲେ। ବଇରି କୁମ୍ପl ଗ୍ରାମର ସ୍କୁଲ ନିକଟରେ ଗୋଟଏ ମୃତ ଶରୀର ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ l ପରେ ପରିବାର ଲୋକ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ।ଏହି ଘଟଣାକୁ ନେଇ ଫିରିଙ୍ଗିଆ ଥାନାକୁ ଖବର ଦେଇଥିଲେ l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଛି l ପ୍ରଭାତକୁ ହତ୍ୟା କରିଥିବା ସନ୍ଦେହ କରି ପରିବାର ଲୋକେ ଫିରିଙ୍ଗିଆ ଥାନାରେ ଅଭିଯୋଗ କରିଛନ୍ତି l ଫିରିଙ୍ଗିଆ ପୋଲିସ ଏତଲା ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି।