ଚାନ୍ଦବାଲି,୭।୯ :  ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ଅଧିନ ବୈତରଣୀ ନଦୀ ଶାସ୍ତ୍ରୀଘାଟ ଘାଟରୁ ଏକ ଅଚିହ୍ନା ମୃତଦେହ ଉଦ୍ଧାର କରାଯାଉଛି I ନଦୀ କୂଳରେ ଏକ ଶବ ଭାସୁଥିବାର ସ୍ଥାନୀୟ ଲୋକ ଦେଖିଥିଲେ।  ଏ ନେଇ  ଚାନ୍ଦବାଲି ଦମକଳ କେନ୍ଦ୍ରକୁ ଖବର ଦେବାପରେ ଦମକଳ ବାହିନୀ ପହଞ୍ଚି ନଦୀରୁ ଶବଟିକୁ ଉଦ୍ଧାର କରିଛି I ଚାନ୍ଦବାଲି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି I ତେବେ ଶବଟି ଏକ ପୁରୁଷ ଲୋକର ହୋଇଥିବା ବେଳେ ପରିଚୟ ମିଳି ପାରିନି l