ବାଲିକୁଦା ୪/୬ ଏରସମା ଥାନା ଅଧୀନ ଗଡହରିଶପୁର ମୟରନାଞ୍ଜି ଘେରିବନ୍ଧରୁ ଆଜି ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ବାଲିକୁଦା ଥାନା ତିତିରା ପଞ୍ଚାୟତ କୂଳସାହି ଗାଁର ଭାଗରୁ ସୁତାରଙ୍କ ଏକମାତ୍ର ପୁତ୍ର ସୂର୍ଯ୍ୟକାନ୍ତ ସୁତାର (୧୮) ବୋଲି ଜଣାପଡିଛି। ସୂର୍ଯ୍ୟକାନ୍ତ ଗତକାଲି ରାତି ୧୧ ଟା ପର୍ଯ୍ୟନ୍ତ ଘରେ ଥିଲେ। ମାତ୍ର ସକାଳୁ ତାଙ୍କର ପତ୍ତା ମିଳିନଥିଲା। ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିବା ବେଳକୁ ଏକ ମୃତ ଦେହ ଗଡହରିଶପୁର ମୟରନାଞ୍ଜି ଘେରିବନ୍ଧରେ ପଡ଼ିଥିବା ଖବର ପହଞ୍ଚିଥିଲା। ପରେ ଭାଗରୁ ସେଠାରେ ପହଞ୍ଚି ପୁଅର ମୃତ ଦେହକୁ ଚିହ୍ନଟ କରିଥିଲେ। ଘଟଣାଟି ଏରସମା ଥାନା ଅଧୀନରେ ହୋଇ ଥିଲେ ସୁଦ୍ଧା ବାଲିକୁଦା ପୁଲିସ କିନ୍ତୁ ପ୍ରଥମେ ଘଟଣା ସ୍ଥଳରେ ପହଞ୍ଚି ସାରିଥିଲା। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ସେଠାରେ ଉପସ୍ଥିତ ପୁଲିସଙ୍କୁ ମୃତକଙ୍କ ବାପା ଭାଗୁ ଆଣିବା ସହିତ ଦୋଷୀଙ୍କୁ ଖୋଜି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଜାକେଶ ପ୍ରଧାନ ଏବଂ ସଦାନନ୍ଦ ନାୟକଙ୍କ ଘରବାହୁଡ଼ା, କଂ...