କଳାହାଣ୍ଡି,୦୮/୧୨: ପୋଖରୀରୁ ମହିଳାଙ୍କ ମୃତଦେହ ଠାବ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ପାଡେପଦର ପଞ୍ଚାୟତ ଖମାରପଦର ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି। ମୃତ ମହିଳା ଜଣକ ଖମାରପଦର ଗାଁର ପ୍ରତିମା ନାଏକ ବୋଲି ଜଣାପଡିଛି।

ସୂଚନା ମୁତାବକ, ଗତକାଲି ପ୍ରତିମା ଓ ତାଙ୍କ ସ୍ୱାମୀ ସତ୍ୟବାନ ନାଏକ ଜଙ୍ଗଲକୁ ଯାଇଥିଲେ। ହେଲେ ସେଠାକୁ ଯାଇ ଆଉ ରାତିରେ ଦୁଇ ଜଣ ଯାକ ଘରକୁ ଫେରି ନ ଥିଲେ । ଆଜି ସକାଳୁ ସ୍ତ୍ରୀ ପ୍ରତିମା ନାଏକଙ୍କ ମୃତଦେହ ଗାଁ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ। ଯାହାପରେ ସେମାନେ ଥୁଆମୂଳ ରାମପୁର ପୁଲିସକୁ ଖବର ଦେଇଥିଲେ । ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସେପଟେ ମୃତ ମହିଳାଙ୍କ ସ୍ୱାମୀ ସତ୍ୟବାନ ନାଏକଙ୍କ ଏପର୍ଯ୍ୟନ୍ତ କୌଣସି ଖୋଜ ଖବର ମିଳିପାରିନାହିଁ ।