ବିନିକା,୨୮/୧୨:  ମାଟି ତଳୁ ବାହାରିଲା ମୃତଦେହ । ନିଖୋଜ ଶ୍ରମିକଙ୍କୁ ହତ୍ୟା କରି ମାଟିରେ ପୋତି ଦେଇଥିବା ସନ୍ଦେହ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଗୁଲାପଡାରୁ ଏହି ଘଟଣା ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଗତ ୧୮ ତାରିଖ ସନ୍ଧ୍ୟାରେ  ଗୁଲାପଡା ଗାଁର ପ୍ରକାଶ ମହାନ୍ତି ନାମକ ଶ୍ରମିକ  ଘରୁ କାମ କରିବାକୁ ବାହାରି ଦୀର୍ଘ ୧୧ ଦିନ ହେଲା ଆଉ ସେ ଘରକୁ ଫେରିନଥିଲେ। ଫଳରେ ସ୍ୱାମୀକୁ ଫେରାଇ ଆଣିବା ପାଇଁ ପ୍ରକାଶଙ୍କ ସ୍ତ୍ରୀ ବନିତା ଓ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟର ବିନିକା ଥାନା ଗୁଲାପଡା ଗାଁ ନିକଟ ଜୋର ପାଖରୁ ମାଟି ଭିତରୁ ଏକ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୁଲିସ ମୃତଦେହକୁ ଜଗି ରହିଥିବା ବେଳେ ଏହି ଶବଟି ନିଖୋଜ ପ୍ରକାଶଙ୍କର ହୋଇଥିବ ବୋଲି ଲୋକେ ସନ୍ଦେହ କରୁଛନ୍ତି ।କେହି ଦୁର୍ବୁତ୍ତ ମାରିଦେଇ ତାଙ୍କୁ ପୋତି ଦେଇଥିବା ଅନୁମାନ କରାଯାଉଛି ।