ପ୍ରମୂଖ ଖବର
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ବିଚ୍‌ ରୋଡ୍‌ରେ ମରଣାନ୍ତକ ଆକ୍ରମଣ; ଯୁବକଙ୍କ ଗଳା କାଟି ମୁମୂର୍ଷୁ ଅବସ୍ଥାରେ ଫିଙ୍ଗିଦେଲେ

Published By : Harapriya Sethi | July 23, 2025 9:20 AM

କେନ୍ଦ୍ରାପଡ଼ା/ମାର୍ଶାଘାଇ,୨୩/୦୭: କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ପାରାଦୀପ- ଚଣ୍ଡିଖୋଲ ଜାତୀୟ ରାଜପଥର ହଜାରି-ଛଘରିଆ ମଧ୍ୟବର୍ତ୍ତୀ ଅଞ୍ଚଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକଙ୍କୁ ମଙ୍ଗଳବାର ରାତିରେ ଉଦ୍ଧାର କରାଯାଇଛି । ଆହତ ଯୁବକ ହେଲେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧୀନ ବାଘୁଆଠେଙ୍ଗର ସତ୍ୟଜିତ ଷଡ଼ଙ୍ଗୀ । କେହି ତାଙ୍କ ଗଳା କାଟି ମଝି ରାସ୍ତାରେ ଫିଙ୍ଗି ଦେଇଥିବା ସୂଚନା ମିଳିଛି । ଘଟଣାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା, ମେଡିକାଲ ଯିବା ପୂର୍ବରୁ ସତ୍ୟଜିତ୍‌ ପ୍ରତ୍ୟକ୍ଷଦର୍ଶୀଙ୍କୁ ତାଙ୍କ ପ୍ରେମିକା ହିଁ ଗଳା କାଟି ଦେଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । ଉପରୋକ୍ତ ଅଞ୍ଚଳ ମାର୍ଶାଘାଇ ଥାନା ସୀମାନ୍ତରେ ହୋଇଥିବାରୁ ମାର୍ଶାଘାଇ ପୁଲିସ ତାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ମଙ୍ଗଳବାର ରାତି ପ୍ରାୟ ୯ଟା ବେଳେ ସତ୍ୟଜିତଙ୍କୁ ଜଣେ ଯୁବକ ଓ ଅନ୍ୟ ଜଣେ ଯୁବତୀ ସାଙ୍ଗରେ ନେଇ ଆସିଥିଲେ ।

କେହି କିଛି ଭାବିବା ପୂର୍ବରୁ ସାଙ୍ଗରେ ଥିବା ଯୁବତୀ ଜଣକ ଅନ୍ୟ ଜଣେ ପୁରୁଷ ବନ୍ଧୁଙ୍କ ସହଯୋଗରେ ତାଙ୍କ ଗଳା କାଟି ଦେଇଥିଲା । ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜାତୀୟ ରାଜପଥର ହଜାରି ଛକ ପାଖ ରାସ୍ତା ଉପରେ ସତ୍ୟଜିତଙ୍କୁ ଛାଡ଼ି ସେମାନେ ଫେରାର ହୋଇଯାଇଥିଲେ । ଗଳା କାଟିଥିବା ଯୁବତୀ ସତ୍ୟଜିତଙ୍କ ପ୍ରେମିକା ବୋଲି ପୁଲିସ ସନ୍ଦେହ କରୁଛି । ଧାରୁଆ ଅସ୍ତ୍ରରେ ସତ୍ୟଜିତଙ୍କ ଗଳା କଟା ଯାଇଥିବାରୁ ଗଭୀର ଆଘାତ ହୋଇ ପ୍ରଚୁର ରକ୍ତସ୍ରାବ ହେଉଛି । ସେ ରାସ୍ତାରେ ମୁମୂର୍ଷୁ ଅବସ୍ଥାରେ ପଡ଼ି ରହିଥିବା ବେଳେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ମାର୍ଶାଘାଇ ପୁଲିସ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା । ତେବେ ପ୍ରେମିକା କାହିଁକି ତାଙ୍କ ଗଳା କାଟିଲା ଅବା ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି, ତାହା ସ୍ପଷ୍ଟ ହୋଇନି । ପୁଲିସ ସେନେଇ ଛାନ୍‌ଭିନ୍‌ ଚଳାଇଛି । ବିଳମ୍ବିତ ରାତି ସୁଦ୍ଧା ଥାନାରେ ଏନେଇ ଏତଲା ହୋଇନାହିଁ । ସଦର ପୁଲିସ ସବୁ ଦିଗରୁ ତଦନ୍ତ ଜାରି ରଖିଥିବା ଆଇଆଇସି ଶୁଭେନ୍ଦୁ ସାହୁ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.