ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଚନ୍ଦାହାଣ୍ଡିରୁ ଦାଦନ ଖଟିବାକୁ ମୁମ୍ବାଇ ଯାଇଥିବା ଶ୍ରମିକଙ୍କ ମୃତ୍ୟୁ

Published By : Suraj Kumar | December 30, 2024 7:53 PM

ଚନ୍ଦାହାଣ୍ଡି ,୩୦।୧୨- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ପଞ୍ଚାୟତ ଅଧିନ ସନ୍ଧିମୁଣ୍ଡା ଗ୍ରାମର ତ୍ରିନାଥ ନାଗ ମୁମ୍ବାଇକୁ ଦାଦନ ଖଟିବାକୁ ଯାଇଥିବା ବେଳେ ମୃତ୍ୟୁ ଘଟିଛି।  l  ଶ୍ରମ ନିରୀକ୍ଷକ  ମାନସ ରଞ୍ଜନ ଖୋସଲା  ଆଜି   ସନ୍ଦିମୁଣ୍ଡା ଗ୍ରାମ ଗସ୍ତ କରି    ମୃତକ ଦାଦନ ଶ୍ରମିକ  ବାବଦରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ l    ମୃତଦେହ ୩ ଦିନ ହୋଇ ଯାଇଥିବା ରୁ ଏବଂ  ଅର୍ଥଭାବରୁ  ମୃତଦେହ ମୁମ୍ବାଇରେ ଦାହ ସତ୍କାର କରି ଦେବା ପାଇଁ  ମୃତ ଶ୍ରମିକର ଭାଇ ରିଙ୍କୁ ନାଗ  ଶ୍ରମ ଅଧିକାରୀଙ୍କୁ ଲିଖିତ  ଦେଇ ଥିବା l ଶ୍ରମ ଅଧିକାରୀ କହିଛନ୍ତି l    

 ସୂଚନା ମୁତାବିକ  ସନ୍ଧିମୁଣ୍ଡା ଗ୍ରାମର ତ୍ରିନାଥ ନାଗଙ୍କ ବାପା ସନ୍ତୋଷ ନାଗ ଏବଂ ମାଁ ଚିତ୍ରି ନାଗ ଙ୍କ ମୃତ୍ୟୁ ହେବା ପରେ ନିଜର ୭ ବର୍ଷର ଭାଇ ରିଙ୍କୁ ନାଗ  ମୁହଁରେ ଦାନା ଦେବା ପାଇଁ  ୧୦ ବର୍ଷ  ତଳେ ମହାରାଷ୍ଟ୍ର ରାଜ୍ୟ ମୁମ୍ବାଇକୁ କିଛି ଯୁବକଙ୍କ ସହ ଦାଦନ ଖଟିବାକୁ ଚାଲି ଯାଇ ଥିଲା l   ସେଠାରେ ଜଣେ ଠିକାଦାର ପାଖରେ ନିର୍ମାଣ କାମରେ ଶ୍ରମିକ ଭାବରେ କାମ କରି  ମଝିରେ ମଝିରେ ଗାଁ କୁ ଆସି ସାନ ଭାଇ ରିଙ୍କୁ  ନାଗର ଦେଖାଶୁଣା କରୁଥିଲା l  ଗତ ୨୩ ତାରିଖ ଦିନ ସେ ଅସୁସ୍ଥ ହୋଇ ପଡିଥିଲା l ୨୬ ତାରିଖ ଦିନ ଗୁରତର ହେବାରୁ ନିଜ ପାଖରେ ଥିବା ଦାଦନ ଶ୍ରମିକ ମାନେ ଚିକିତ୍ସା ପାଇଁ  ଏମ  କେ ଜି  କୋମଥା ହସ୍ପିଟାଲରେ ଭର୍ତ୍ତୀ କରିଥିଲେ l ଗତ ୨୮ ତାରିଖ ଦିନ ଚିକିତ୍ସା ଧିନ ଅବସ୍ଥାରେ ତ୍ରିନାଥ ମୁତ୍ୟୁ ଘଟି ଥିଲା l   ତାଙ୍କର ସାନ ଭାଇ ରିଙ୍କୁ ନାଗ  ବର୍ତ୍ତମାନ ଅସହାୟ ହୋଇ ପଡିବା ସହ ତାଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ମଧ୍ୟ ନାହିଁ l ସରକାରୀ ସହାୟତା ମାସିକ ମାତ୍ର ୫ କେ ଜି ଚାଉଳ ମିଳୁଛି l ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସହାୟତା ର ହାତ ବଢ଼ାଇବା କୁ ଗ୍ରାମବାସୀ ଦାବୀ କରିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.