ଚନ୍ଦାହାଣ୍ଡି ,୩୦।୧୨- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ପଞ୍ଚାୟତ ଅଧିନ ସନ୍ଧିମୁଣ୍ଡା ଗ୍ରାମର ତ୍ରିନାଥ ନାଗ ମୁମ୍ବାଇକୁ ଦାଦନ ଖଟିବାକୁ ଯାଇଥିବା ବେଳେ ମୃତ୍ୟୁ ଘଟିଛି।  l  ଶ୍ରମ ନିରୀକ୍ଷକ  ମାନସ ରଞ୍ଜନ ଖୋସଲା  ଆଜି   ସନ୍ଦିମୁଣ୍ଡା ଗ୍ରାମ ଗସ୍ତ କରି    ମୃତକ ଦାଦନ ଶ୍ରମିକ  ବାବଦରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ l    ମୃତଦେହ ୩ ଦିନ ହୋଇ ଯାଇଥିବା ରୁ ଏବଂ  ଅର୍ଥଭାବରୁ  ମୃତଦେହ ମୁମ୍ବାଇରେ ଦାହ ସତ୍କାର କରି ଦେବା ପାଇଁ  ମୃତ ଶ୍ରମିକର ଭାଇ ରିଙ୍କୁ ନାଗ  ଶ୍ରମ ଅଧିକାରୀଙ୍କୁ ଲିଖିତ  ଦେଇ ଥିବା l ଶ୍ରମ ଅଧିକାରୀ କହିଛନ୍ତି l    

 ସୂଚନା ମୁତାବିକ  ସନ୍ଧିମୁଣ୍ଡା ଗ୍ରାମର ତ୍ରିନାଥ ନାଗଙ୍କ ବାପା ସନ୍ତୋଷ ନାଗ ଏବଂ ମାଁ ଚିତ୍ରି ନାଗ ଙ୍କ ମୃତ୍ୟୁ ହେବା ପରେ ନିଜର ୭ ବର୍ଷର ଭାଇ ରିଙ୍କୁ ନାଗ  ମୁହଁରେ ଦାନା ଦେବା ପାଇଁ  ୧୦ ବର୍ଷ  ତଳେ ମହାରାଷ୍ଟ୍ର ରାଜ୍ୟ ମୁମ୍ବାଇକୁ କିଛି ଯୁବକଙ୍କ ସହ ଦାଦନ ଖଟିବାକୁ ଚାଲି ଯାଇ ଥିଲା l   ସେଠାରେ ଜଣେ ଠିକାଦାର ପାଖରେ ନିର୍ମାଣ କାମରେ ଶ୍ରମିକ ଭାବରେ କାମ କରି  ମଝିରେ ମଝିରେ ଗାଁ କୁ ଆସି ସାନ ଭାଇ ରିଙ୍କୁ  ନାଗର ଦେଖାଶୁଣା କରୁଥିଲା l  ଗତ ୨୩ ତାରିଖ ଦିନ ସେ ଅସୁସ୍ଥ ହୋଇ ପଡିଥିଲା l ୨୬ ତାରିଖ ଦିନ ଗୁରତର ହେବାରୁ ନିଜ ପାଖରେ ଥିବା ଦାଦନ ଶ୍ରମିକ ମାନେ ଚିକିତ୍ସା ପାଇଁ  ଏମ  କେ ଜି  କୋମଥା ହସ୍ପିଟାଲରେ ଭର୍ତ୍ତୀ କରିଥିଲେ l ଗତ ୨୮ ତାରିଖ ଦିନ ଚିକିତ୍ସା ଧିନ ଅବସ୍ଥାରେ ତ୍ରିନାଥ ମୁତ୍ୟୁ ଘଟି ଥିଲା l   ତାଙ୍କର ସାନ ଭାଇ ରିଙ୍କୁ ନାଗ  ବର୍ତ୍ତମାନ ଅସହାୟ ହୋଇ ପଡିବା ସହ ତାଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ମଧ୍ୟ ନାହିଁ l ସରକାରୀ ସହାୟତା ମାସିକ ମାତ୍ର ୫ କେ ଜି ଚାଉଳ ମିଳୁଛି l ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସହାୟତା ର ହାତ ବଢ଼ାଇବା କୁ ଗ୍ରାମବାସୀ ଦାବୀ କରିଛନ୍ତି l