ଚାନ୍ଦବାଲି,୦୪/୦୮: ଧାମରା-ଭଦ୍ରକ ରେଳ ଟ୍ରାକରେ କଟି ଯୁବକଙ୍କ ମୃତ୍ୟୁ । ମୃତକ ଯୁବକ ହେଲେ ଯଶିପୁର ପଞ୍ଚାୟତ ବଳସାହି ଗାଁର ଶଶିକାନ୍ତ ବେହେରା । କ୍ଷତିପୂରଣ ଦାବିରେ ରେଳ ଧାରଣା ଉପରେ ବସି ରହିଛନ୍ତି ଗ୍ରାମବାସୀ ।
ସୂଚନା ମୁତାବକ, ସୋମବାର ଭୋରୁ କୌଣସି କାରଣ ପାଇଁ ରେଳ ଧାରଣା ପାରି ହେଉଥିବା ବେଳେ ଦୁର୍ଘଟଣା ଘଟିଛି । ଏହି ଘଟଣା ପରେ କ୍ଷତିପୂରଣ ଦାବିରେ ରେଳ ଧାରଣା ଉପରେ ବସି ରହିଛନ୍ତି ଗ୍ରାମବାସୀ । ଯାହା ଫଳରେ ରେଳ ଚଳାଚଳ ବନ୍ଦ ରହିଛି । ଏସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ବାଂଶଡା ପୁଲିସ ଓ ଧାମରା ଆଦାନୀ କମ୍ପାନୀର କର୍ତ୍ତୃପକ୍ଷ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି ।