ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ବୃଦ୍ଧା ମାଈହାତୀର ମୃତ୍ୟୁ; ଘଟଣାସ୍ଥଳରେ ପହଞ୍ଚିଲା ବନ୍ୟପ୍ରାଣୀ ବିଭାଗ

Published By : Bijay Swain | May 26, 2025 9:33 PM

ନାକଟିଦେଉଳ, ୨୬/୫(ଆପ୍ର): ଖାଳାଶୁଣୀ ଅଭୟାରଣ୍ୟରେ ବୃଦ୍ଧା ମାଈହାତୀର ମୃତ୍ୟୁ। ମୃତହାତୀର ବସୟ ପ୍ରାୟ ୫୦ରୁ ୬୦ବର୍ଷ ହେବ ବୋଲି ଜଣାପଡିଛି। ସେ ଗତ ମାର୍ଚ୍ଚ ମାସରୁ ଅସୁସ୍ଥ ଥିଲା। ବାମରା ବନ୍ୟପ୍ରାଣୀ ବନଖଣ୍ଡ କିସିଣ୍ଡା ରେଞ୍ଜ ଉପରମୁଣ୍ଡା ଫରେଷ୍ଟ ସେକ୍ସନ ହିକପାଲି ନିକଟ ପାହାଡ ଉପରେ ଗତକାଲି ତାର ମୃତ୍ୟୁ ହୋଇଛି। ଏ ନେଇ ବନ୍ୟପ୍ରାଣୀ ବିଭାଗ ଖବର ପାଇବା ପରେ ଆଜି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ କରିଛି। 

ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀଙ୍କ ସୂଚନା ଅନୁସାରେ, ହିକପାଲି ଅଞ୍ଚଳରେ ଏହି ମାଈ ହାତୀଟି ବୁଲୁଥିଲା। ବୟସାଧିକ୍ୟ କାରଣରେ ସେ ଠିକ୍ ଭାବେ ଚାଲିପାରୁନଥିଲା। ତେଣୁ ସେ ଗତ ମାର୍ଚ୍ଚ ୧୯ ତାରିଖରୁ ଦଳଠାରୁ ଅଲଗା ରହୁଥିଲା। ଏହା ଉପରେ ଆମ କର୍ମଚାରୀ ନଜର ରଖିଥିଲେ। ହେଲେ ଗତ ୨୪ ତାରିଖରେ ସେ ପାହାଡ଼ ଉପରେ ଖସି ପଡିଥିଲା। ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା କରାଯାଇଥିଲା। କିନ୍ତୁ ୨୫ ତାରିଖ ସକାଳେ ତାର ମୃତ୍ୟୁ ହୋଇଥିଲା। ବନପ୍ରାଣୀ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଠାବ କରିଥିଲେ। ହାତୀର ମୃତଦେହଟି ୧୮୦୦ ଫୁଟ୍ ଉଚ୍ଚ ପାହାଡ଼ ଉପରେ ଥିଲା। ଯାହାକି ସେଠାକୁ ପହଞ୍ଚିବାକୁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥିଲା। ଆଜି ତାର ଶବ ବ୍ୟବଚ୍ଛେଦ ହୋଇଛି। ପ୍ରାଥମିକ ତଦନ୍ତରୁ ବୟସଜନିତ କାରଣରୁ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ହେଲେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ସ୍ପଷ୍ଟ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.