ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଜେଲ୍‌ରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

Published By : Harapriya Sethi | October 26, 2024 12:16 PM

ରାଉରକେଲା, ୨୬/୧୦: ରାଉରକେଲା ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । କଏଦୀଙ୍କ ମୃତ୍ୟୁ କେମିତି ହେଲା, ତାର ତଦନ୍ତ ସହ ନ୍ୟାୟ ପାଇଁ ପରିବାର ଲୋକଙ୍କ ଦାବି । ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସ୍ପେସାଲ ଜେଲ୍‌ରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଜେଲରେ ବିଚାରଧୀନ କଏଦୀଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା । କଏଦୀଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଆରଜିଏଚରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା ୟକରିଥିଲେ । ଏନେଇ ଜେଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଏହି ଘଟଣାରେ ମୃତ କଏଦୀଙ୍କ ପରିବାର ଲୋକେ ହତ୍ୟା ହୋଇଥିବା ନେଇ ଅଭିଯୋଗ କରିଛନ୍ତି । କଏଦୀଙ୍କ ସ୍ୱାସ୍ଥ୍ୟ ଠିକ୍‌ ଥିଲା । ତେବେ ତାଙ୍କ ମୃତ୍ୟୁ ହେଲା କେମିତି, ସେନେଇ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ । ଏହା ସହ ଘଟଣାର ତଦନ୍ତ ସହ ନ୍ୟାୟ ପାଇଁ ପରିବାର ଲୋକ ଦାବି କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.