ବୀରମିତ୍ରପୁର, ୬।୪: ଡାବା ଉପରକୁ କାର୍ ଚଢ଼ିଯିବାରୁ ଚାଲିଗଲା ୨ ଜଣଙ୍କ ଜୀବନ । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ପାଣ୍ଡି ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର ଯମୁନାନାଖି ନିକଟରେ ରବିବାର ମଧ୍ୟ ରାତ୍ରିରେ ଏକ କାର ରାସ୍ତା କଡ଼ରେ ଥିବା ଢାବା ଉପରକୁ ମାଡ଼ି ଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ... ଏପ୍ରିଲରେ ରାଉରକେଲା ଆସିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉଦ୍ଘାଟନ ହେବ ଜନଜାତି ସଂଗ୍ରହାଳୟ

ସୂଚନା ମୁତାବକ, ବୀରମିତ୍ରପୁର ପଟୁ ଏକ କ୍ରିଏଟା କାର ଦ୍ରୁତ ଗତିରେ ଯାଉଥିବା ବେଳେ ଗାଡ଼ିରୁ ନିୟନ୍ତ୍ରଣ ହରାଇ ଯମୁନାନାଖି ନିକଟରେ ଥିବା ସୋନୁ ଡାବା ଉପରକୁ ମାଡ଼ି ଯାଇଥିଲା । ଫଳରେ ଡାବାର କ୍ଷୟକ୍ଷତି ହେବା ସହ ଗାଡ଼ିରେ ଥିବା ତିନି ଜଣ ଗୁରୁତର ଆହତ ହୋଇଥିବା ସ୍ଥାନୀୟ ଲୋକେ ଦେଖି ତାଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।