ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ମ୍ୟାଁମାର ଭୂକମ୍ପ ବିଭୀଷିକା: ମୃତ୍ୟୁସଂଖ୍ୟା ୨୭ଶହ ପାର୍‌, ଦେଶରେ ୭ ଦିନିଆ ଶୋକ ପାଳନ ପାଇଁ ଘୋଷଣା

Published By : Prameya | April 2, 2025 8:23 AM

ନୂଆଦିଲ୍ଲୀ ୦୨/୦୪: ମ୍ୟାଁମାରରେ ଆସିଥିବା ଭୟଙ୍କର ଭୂମିକମ୍ପ ଯୋଗୁ ମୃତ୍ୟୁସଂଖ୍ୟା ବଢ଼ି ୨,୭୧୯ରେ ପହଞ୍ଚିଛି । ଦେଶର ସୈନ୍ୟ ସରକାରଙ୍କ ଆକଳନ ଅନୁସାରେ ଏହା ୩ ହଜାର ଟପିବାର ଆଶଙ୍କା ରହିଛି । ସେହିପରି ଆହତଙ୍କ ସଂଖ୍ୟା ୪,୫୦୦ ଟପିଛି । ଏବେ ବି ପ୍ରାୟ ୪୫୦ ଜଣ ନିଖୋଜ ଅଛନ୍ତି । ବିପର୍ଯ୍ୟୟ ପରେ ଦେଶରେ ୭ ଦିନିଆ ଶୋକ ପାଳନ ପାଇଁ ଘୋଷଣା ହୋଇଛି । ଏପ୍ରିଲ ୬ ପର୍ଯ୍ୟନ୍ତ ଦେଶରେ ଜାତୀୟ ପତାକା ଅଧା ନଇଁ ରହିବ ବୋଲି ମିଲିଟାରୀ ସରକାରର ପ୍ରବକ୍ତା କହିଛନ୍ତି । 

ଗତ ମାର୍ଚ୍ଚ ୨୮ରେ ମ୍ୟାଁମାରରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଆସିଥିଲା । ଅନ୍ୟପକ୍ଷରେ ଭାରତୀୟ ନୌସେନା ଜାହାଜ ଆଇଏନ୍‌ଏସ୍‌ ସତପୁରା ଏବଂ ଆଇଏନ୍‌ଏସ୍‌ ସାବିତ୍ରୀ ପ୍ରାୟ ୪୦ ଟନ୍‌ ଜରୁରି ସାମଗ୍ରୀ ନେଇ ମ୍ୟାଁମାରର ୟାଙ୍ଗୁନ୍‌ରେ ପହଞ୍ଚିଛି । ଏହା ପୂର୍ବରୁ ମାର୍ଚ୍ଚ ୩୦ରେ ଆଇଏନ୍‌ଏସ୍‌ କର୍ମୁକ ଏବଂ ଏଲ୍‌ସିୟୁ ୫୨ ଶ୍ରୀବିଜୟପୁରମ୍‌ରୁ ୩୦ ଟନ୍‌ ରିଲିଫ୍‌ ସାମଗ୍ରୀ ନେଇ ଯାଇଥିଲା । ରିଲିଫ୍‌ କାମକୁ ଅଧିକ ତ୍ୱରାନ୍ୱିତ କରିବା ଲାଗି ଭାରତୀୟ ନୌସେନା ଜାହାଜ ଘଡ଼ିଆଳରେ ପ୍ରାୟ ୪୪୦ ଟନ୍‌ ସାମଗ୍ରୀ ପଠାଯିବ । ଏଥିରେ ଚାଉଳ, ଡାଲି, ତେଲ, ଔଷଧ ଆଦି ସହ ଅନ୍ୟ ଜରୁରି ସାମଗ୍ରୀ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.