ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଏପ୍ରିଲ ୧ ରୁ ଆଇନଜିବୀ କଲ୍ୟାଣ କର୍ପସ ଫଣ୍ଡ ଆଇନ -୨୦୨୦ ଲାଗୁ କରିବାକୁ ନିଷ୍ପତ୍ତି

Published By : Gurupada Nath | March 2, 2025 6:47 PM

ଭୁବନେଶ୍ବର,୨/୩ : ଆସନ୍ତା ଏପ୍ରିଲ ୧ ତାରିଖରୁ ଓଡିଶା ଆଇନଜିବୀ ପରିଷଦ ଆଇନଜିବୀ କଲ୍ୟାଣ କର୍ପସ ଫଣ୍ଡ ଆଇନ -୨୦୨୦ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଆଜି କଟକ ରାଜ୍ୟ ବାର କାଉନସିଲ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଏହି କର୍ପସ ଫଣ୍ଡ ଵ୍ୟଵସ୍ଥା ଲାଗୁ ହେଲେ ରାଜ୍ୟର ଆଇନଜୀବୀ ମାନେ ନିଜ ମହକିଲଙ୍କ ପ୍ରତ୍ୟେକ ମୋକଦ୍ଦମା ରୁଜୁ କଲାବେଳେ ୧୦୦ ଟଙ୍କାର ଆଡ଼ଭୋକେଟ ୱେଲଫେୟାର କର୍ପୋସ ଫଣ୍ଡର ଷ୍ଟାମ୍ପ ଲଗାଇବା ବାଧ୍ୟତାମୂଳକ ହେବ। ଏହି ଫଣ୍ଡରେ କେନ୍ଦ୍ର ସରକାର, ରାଜ୍ୟ ସରକାର,ଭାରତୀୟ ବାର କାଉନସିଲ,ଘରୋଇ କମ୍ପାନୀ କିମ୍ବା ବ୍ୟକ୍ତିବିଶେଷ ମଧ୍ୟ ଅନୁଦାନ ଦେଇପାରିବେ।

ଏହି କର୍ପସ ଫଣ୍ଡରେ ଆଦାୟ ହୋଇଥିବା ଅର୍ଥର ୨୦ ଭାଗ ପଞ୍ଜିକୃତ ବାର ଆସୋସିଏସନ ମାନଙ୍କୁ ଫେରାଇବା ପାଇଁ ପ୍ରାବଧାନ ରହିଛି।ସେହିପରି ୪ ଭାଗ ଅର୍ଥ ପଞ୍ଜିକୃତ ବାର ଆସୋସିଏସନ ଲାଇବ୍ରେରୀ ନବୀକରଣ, ୩ ଭାଗ କନିଷ୍ଠ ଅଧିବକ୍ତାଙ୍କୁ   ସହାୟତା,୧୨ ଭାଗ ଅଧିବକ୍ତାଙ୍କର ଚିକିତ୍ସା, ୧୦ ଭାଗ ମୃତ୍ୟୁକାଳୀନ ଭତ୍ତା,୧୦ ଭାଗ ଜରୁରୀକାଳୀନ ପରିସ୍ଥିତି, ୧ ଭାଗ ରାଜ୍ୟ ଆଇନଜୀବି ପରିଷଦ ର ପାଠାଗାର ଓ ୨୦ ଭାଗ ଓଡିଶା ଆଇନଜୀବୀ ପରିଷଦର ସାମୁହିକ ଖର୍ଚ ନିମନ୍ତେ ବିନିଯୋଗ କରାଯିବ।  ଏହା ବ୍ୟତୀତ ଉକ୍ତ ଅର୍ଥକୁ ପ୍ରତ୍ୟେକ ବାର ଆସୋସିଏସନରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ଆଲୋଚନାଚକ୍ର ପାଇଁ ଅର୍ଥ ଅନୁଦାନର ବ୍ୟବସ୍ଥା ରହିଛି। 

ଏହାସହ ଗୁରୁତର ରୋଗ ଯଥା ହାର୍ଟ, କିଡ଼ନୀ,ଲିଭର ଭଳି ରୋଗରେ ପିଡୀତ ଆଇନଜୀବୀମାନଙ୍କ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତାର ବ୍ୟବସ୍ଥା ରହିଛି । ଏହା ସହ ସରକାର ରାଜ୍ୟର ଆଇନଜିଵୀମାନଙ୍କ ପାଇଁ ୧୦ଲକ୍ଷ ଟଙ୍କାର ବୀମା ଵ୍ୟଵସ୍ଥା ଓ ଆଇନଜିଵୀ ସୁରକ୍ଷା ଆଇନ  ତୁରନ୍ତ ଲାଗୁ କରିଵା ପାଇଁ ଵାର କାଉନସିଲ ଦାଵି କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.