ପରଜଙ୍ଗ,୦୩/୦୮: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଞ୍ଚଳର ଆଖୁଆପାଳ ପଞ୍ଚାୟତ ଦିଶାନାଳୀ ଜଙ୍ଗଲରୁ ରବିବାର ସକାଳେ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଗଳିତ ଶରୀରଟି ଗଛରେ ଝୁଲୁଥିବା ବେଳେ ଶରୀରଠାରୁ ଅଲଗା ହୋଇ ମୁଣ୍ଡର ଖପୁରୀ ତଳେ ପଡ଼ିଛି।
ସୂଚନା ମୁତାବକ, ରବିବାର କିଛି ଲୋକେ ଜଙ୍ଗଲକୁ ଯାଇଥିଲେ । ସେଠାରେ ପଚା ଦୁର୍ଗନ୍ଧ ହେବାରୁ ଜଙ୍ଗଲକୁ ଲୋକେ ଗ୍ରାମବାସୀଙ୍କୁ ଏମ୍ପର୍କରେ ଖବର ଦେଇଥିଲେ। ପରେ ଏସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛି । ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କ ବୟସ ୨୫ ରୁ ୩୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି।