ଆଳି, ୫/୬ : ଆଳି ଥାନା ଅନ୍ତର୍ଗତ ବାଟିପଡ଼ା ପଞ୍ଚାୟତର ମହାଦେଈପାଟଣା ଗାଁର ଯୁବକ ଗୌରାଙ୍ଗ ସେଠିଙ୍କୁ ଅପହରଣ ଓ ମାଡ଼ ମାରିବା ଘଟଣା। ୯ ଦିନ ପରେ ବାରମାଣିଆ ଭେଡାରୁ ମିଳିଲା ଗଳିତ ମୃତଦେହ। ମୃତଦେହ ପାଖରେ ଏକ ନୀଳ ରଙ୍ଗର ଗଞ୍ଜି ପଡ଼ିଛି। ଏହା ସହ ଖଣ୍ଡ ବିଖଣ୍ଡିତ ହାଡ଼ ପଡ଼ିଛି। ଏହା ଗୌରାଙ୍ଗଙ୍କ ମୃତଦେହ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ତଦନ୍ତ ଆରମ୍ଭ କରିଛି। 

ସୂଚନାନୁଯାୟୀ, ଆଳି ଥାନା ଅନ୍ତର୍ଗତ ବାଟିପଡ଼ା ପଞ୍ଚାୟତର ମହାଦେଈପାଟଣା ଗାଁର ଅରୁଣ ସେଠିଙ୍କ ପୁଅ ଗୌରାଙ୍ଗ ସେଠି (୨୦ ବର୍ଷ) ସେହି ଗାଁର ଜଣେ ବ୍ୟକ୍ତିଙ୍କ ଗାଡିର କାଚ ଭାଙ୍ଗିବା ଘଟଣାକୁ କେନ୍ଦ୍ର କରି ଗୁରୁବାର ଦିନ ଗଣ୍ଡଗୋଳ ହୋଇଥିଲା। ଗାଁର କିଛି ଯୁବକ ଗୌରାଙ୍ଗକୁ ପ୍ରଥମେ ସହିରା ବାଲିଘାଟ ଓ ପରେ ଆଦର୍ଶ ପୋଖରୀ ନିକଟରେ ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ ମାରିଥିଲେ। ଏଥି ସହ ଗୌରାଙ୍ଗକୁ କେଉଁଆଡେ ଅପହରଣ କରି ନେଇ ଯାଇଥିଲେ। ଏନେଇ ଗୌରାଙ୍ଗଙ୍କ ବାପା ଅରୁଣ ସେଠି ୨୯ ତାରିଖ ଦିନ ଥାନାରେ ଏତଲା ଦେଇଥିଲେ। ଦୀର୍ଘ ୯ ଦିନର ତନାଘନା ପରେ ପେତପଡ଼ା ପଞ୍ଚାୟତ ବାରମାଣିଆ ଭେଡାରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଏହା ନିଖୋଜ ଗୌରାଙ୍ଗ ସେଠୀଙ୍କ ମୃତ ଶରୀରର ହୋଇଥିବା ସନ୍ଦେହ କରାଯାଉଛି। ପାଖରେ ନୀଳ ରଙ୍ଗର ଗଞ୍ଜି, ବଡ଼ ଖଣ୍ଡ ଖଣ୍ଡ ହାଡ଼, ଚୁଟି ପଡିଛି। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଉକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି।

ଆହୁରି ପଢନ୍ତୁବର ବେଶରେ ଟ୍ରାକ୍ଟରରେ ଗଲେ ଡିଇଓ, ଦେଲେ ଜୟ କିଷାନର ନାରା

ଓଡ଼ିଶାକୁ ରଜରେ ଛୁଇଁବ ମୌସୁମୀ