ପ୍ରମୂଖ ଖବର
  • ବହୁଚର୍ଚ୍ଚିତ କୋଲକାତା ଆର୍. ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ, ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ
  • ||
  • ଫିରିଙ୍ଗିଆ : ବାଇକ୍‌ ଦୁର୍ଘଟଣାରେ ଶିକ୍ଷକ ମୃତ, ଦୁଇ ଗୁରୁତର
  • ||
  • କୋଣାର୍କ ସୂର୍ଯ୍ୟମନ୍ଦିରରେ ସିଙ୍ଗାପୁର ରାଷ୍ଟ୍ରପତି, ୪ ଘଣ୍ଟା ପାଇଁ ପର୍ଯ୍ୟଟକଙ୍କ କଟକଣା ଲାଗୁ
  • ||
  • ମାଲକାନଗିରି : କୁମ୍ବିଂ ଅପରେସନ୍‌ ବେଳେ ମାଓବାଦୀଙ୍କ ସୁଡଙ୍ଗ ଠାବ, ଶତାଧିକ ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ
  • ||
  • ମାଲକାନଗିରି : ରୋଗୀ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ: ବାପ ଝିଅ ମୃତ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦ୍ୱିତୀୟ ଦିନରେ ନବ ଦାସ ଭାଇଙ୍କ ଘରେ ଆଇଟି ରେଡ୍‌, ଲିଙ୍କ୍‌ରେ ଥିବା କଣ୍ଟ୍ରାକ୍ଟର, ବିଲ୍‌ଡରଙ୍କ ଘରେ ଚାଲିଛି ଚଢ଼ାଉ
  • ||
  • ପାରାଦୀପ : ହାଇୱା ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡ଼ିରେ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ସାରା ଓଡ଼ିଶାରେ ଚାଲିଛି ପକ୍ଷୀ ଗଣନା, ଗଣନାକାରୀ ଟିମ୍‌ ସହ ବିଶେଷଜ୍ଞ ଓ ଗାଇଡ୍‌ ନିୟୋଜିତ
  • ||
  • ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ରହିବ ଶୀତର ପ୍ରକୋପ, ୩ ଦିନ ଯାଏ ୯ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

ଅଗରତାଲାରେ ବାଂଲାଦେଶ ହାଇକମିଶନ କାର୍ଯ୍ୟାଳୟରେ ଭଙ୍ଗାରୁଜା, ଗୃହମନ୍ତ୍ରଣାଳୟ କହିଲା- ଖୁବ୍ ଚିନ୍ତାଜନକ

Published By : Prameya | December 2, 2024 7:30 PM

ନୂଆଦିଲ୍ଲୀ,୨।୧୨: ତ୍ରିପୁରାର ରାଜଧାନୀ ଅଗରତାଲାରେ ବାଂଲାଦେଶ ଆସିଷ୍ଟାଣ୍ଟ ହାଇକମିଶନରଙ୍କ କାର୍ଯ୍ୟାଳୟ ପରିସରରେ ଭଙ୍ଗାରୁଜା। ଏହି ଘଟଣାରେ କେନ୍ଦ୍ର ସରକାର ଚିନ୍ତା ପ୍ରକାଶ କରିଛନ୍ତି। ଏହା ସହ ରାଜଧାନୀରେ ଥିବା ହାଇକମିଶନ ଏବଂ ଅନ୍ୟ ସହରରେ ଥିବା ମିଶନ୍‌ର ସୁରକ୍ଷା ବଢାଇବାର ଆଶ୍ବସନା ଦେଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ବୟାନ ଜାରି କରି କହିଛନ୍ତି, ବାଂଲାଦେଶର ଆସିଷ୍ଟାଣ୍ଟ ହାଇକମିଶନ ପରିସରରେ ଭଙ୍ଗାରୁଜା ହୋଇଛି। ଘଟଣା ଖୁବ୍ ଚିନ୍ତାଜନକ। ବୈଦେଶିକ ମନ୍ତ୍ରଣାଳୟ କହିଛି, କୌଣସି ପରିସ୍ଥିତିରେ ରାଜନୈତିକ ଓ ବାଣିଜ୍ୟ ଦୂତାବାସର ସମ୍ପତ୍ତିକୁ ଟାର୍ଗେଟ କରିବା ଉଚିତ ନୁହେଁ।’

ଏହା ସହ କେନ୍ଦ୍ର ଗୃହମନ୍ତ୍ରଣାଳୟ କହିଛି, ସରକାର ନୂଆଦିଲ୍ଲୀରେ ବାଂଲାଦେଶ  ହାଇକମିଶନ୍ ଓ ଦେଶରେ ତାଙ୍କର ଥିବା ଆସିଷ୍ଟାଣ୍ଟ ହାଇକମିଶନ୍‌ ପାଇଁ ସୁରକ୍ଷା ବ୍ୟବସ୍ଥା ବଢାଇବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ବୟାନ ତ୍ରିପୁରାରେ ବାଂଲାଦେଶୀ ମିଶନ୍‌ର ଆଖପାଖରେ ବହୁ ଲୋକଙ୍କ ଦ୍ବାରା ଏକ ବିଶାଳ ରାଲି ବାହାର କରାଯିବାର କିଛି ଘଣ୍ଟା ପରେ ଆସିଛି।  ଏଥିରେ ବାଂଲାଦେଶର ହିନ୍ଦୁ ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀ ଓ ପଡୋଶୀ ଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ କରାଯାଇଥିଲା। 

ସମାଚାର ଏଜେନ୍ସି ପିଟିଆଇର ସୂଚନା ଅନୁସାରେ, ସୋମବାର ୫୦ ରୁ ଅଧିକ ପ୍ରଦର୍ଶନକାରୀ ହାଇକମିଶନ୍‌ ପରିସରରେ ପଶି ଯାଇଥିଲେ। ଉଲ୍ଲେଖନୀୟ ଯେ, ଅଗରତାଲାରେ ବାଂଲାଦେଶର ସହାୟକ ହାଇକମିଶନ୍ କାର୍ଯ୍ୟାଳୟ ନିକଟରେ ବିଶ୍ବ ହିନ୍ଦୁ ପରିଷଦ ସମ୍ପର୍କିତ ହିନ୍ଦୁ ସଂଘର୍ଷ ସମିତିର ବ୍ୟାନର ତଳେ ଏକ ରାଲି ବାହାରିଥିଲା। କିଛି ରିପୋର୍ଟରେ କୁହାଯାଇଛି ଯେ, ପଡୋଶୀ ଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ପ୍ରଦର୍ଶନକାରୀମାନେ କଥିତ ଭାବରେ  ବାଂଲାଦେଶ ଆସିଷ୍ଟାଣ୍ଟ ହାଇକମିଶନରେ ଭଙ୍ଗାରୁଜା ହୋଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.