ନୂଆଦିଲ୍ଲୀ, ୨୫/୧ : ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଜୋରଦାର ଚାଲିଛି ପ୍ରଚାର । କିଭଳି ଭୋଟରଙ୍କ ଆସ୍ଥା ଭାଜନ ହେବେ ରାଜନୈତିକ ଦଳ ମାଧ୍ୟମରେ ଚାଲିଛି ପ୍ରତିଯୋଗିତା । ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଉଛନ୍ତି ରାଜନୈତିକ ଦଳ । ଏହି କ୍ରମରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଶନିବାର ବିଜେପି ସଙ୍କଳ୍ପ ପତ୍ରର ତୃତୀୟ ଭାଗ ଜାରି କରିଛନ୍ତି । ଏହି ସମୟରେ ସେ କହିଛନ୍ତି କି ଆମେ ଯାହା ପ୍ରତିଶ୍ରୁତି ଦେଇଥାଉ ତାକୁ ପୂରା କରିଥାଉ । ଅନ୍ୟମାନଙ୍କ ଭଳି କେବଳ ପ୍ରତିଶ୍ରୁତି ଦେଇ ନ ଥାଉ ।
ସେ ଆହୁରି ମଧ୍ୟ କହିଛନ୍ତି କି, ଆଜି ଦିଲ୍ଲୀ ନିର୍ବାଚନ ଲାଗି ବିଜେପି ସଙ୍କଳ୍ପ ପତ୍ରର ଶେଷ ଭାଗ ପ୍ରସ୍ତୁତ କରୁଛି । ଅନ୍ୟ ଦଳର ନାମ ନେବି ନାହିଁ । ଆମ ପାର୍ଟି ଯାହା ପ୍ରତିଶ୍ରୁତି ଦେଇଥାଏ ତାହା ପୂରା କରିଥାଏ । ଆମେ କେବଳ ପ୍ରତିଶ୍ରୁତି ଦେଇନଥାଉ କାହାକୁ। ଆମେ ବହୁତ ଲୋକଙ୍କ ପରାମର୍ଶ ମାଗିଥିଲୁ । ଯାହା ପରେ ଏହାକୁ ପ୍ରସ୍ତୁତ କରିଛୁ । କେଜ୍ରିଓ୍ବାଲ ପ୍ରଥମେ ଦିଲ୍ଲୀ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥାନ୍ତି ପରେ ପୂରା କରିନଥାନ୍ତି ଆଉ ସରଳ ଚେହେରା ନେଇ ଆସିଥାନ୍ତି ।