ନୂଆଦିଲ୍ଲୀ, ୨୧/୧୨ :  ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫କୁ ନେଇ ରାଜନୈତିକ ଦଳ ମଧ୍ୟରେ ପ୍ରସ୍ତୁତି ଜୋରଦାର ଚାଲିଛି । ଏହା ମଧ୍ୟରେ ଆଗାମୀ ନିର୍ବାଚନର ଠିକ୍ ପୂର୍ବରୁ ଆମ ଆଦମୀ ପାର୍ଟିକୁ ଝଟକା ଲାଗିଛି । ଲମ୍ବା ସମୟରୁ ଗୁରୁଦ୍ବାର ସିଖ ପ୍ରବନ୍ଧନ କମିଟି ସହ ଯୋଡ଼ି ହୋଇଥିବା ଆପ୍ ନେତା ବଲବୀର ସିଂହ ଶନିବାର ବିଜେପିରେ ସାମିଲ ହୋଇଛନ୍ତି । ସେ ଦିଲ୍ଲୀ ସିଖ ଗୁରୁଦ୍ବାର ପ୍ରବନ୍ଧନ ସମିତିର ୬ଥର ସଦସ୍ୟ ରହିଛନ୍ତି ।

ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବିରେନ୍ଦ୍ର ସଚଦେବା ଏବଂ ପାର୍ଟିର ଦିଲ୍ଲୀ ମହାସଚିବ ଆଶିଷ ସୁଦ ଏବଂ କେନ୍ଦ୍ର ମନ୍ତ୍ରୀ ହର୍ଷ ମହ୍ଲୋତ୍ରାଙ୍କ ଉପସ୍ଥିତିରେ ସେ ବିଜେପିର ହାତ ଧରିଛନ୍ତି । ଏହାସହ ମୁଡ଼କାରୁ ଆମ ଆଦମୀ ପାର୍ଟିର ପୂର୍ବତନ ବିଧାୟକ ଡ.ସୁଖବୀର ସିଂହ ଦଲାଲ ବି ଶନିବାର ବିଜେପିରେ ସାମିଲ ହେଲେ ଏବଂ ସେ ନିଜ ପୂର୍ବ ନେତାଙ୍କ ଉପରେ କାମ ଠିକରେ ନ କରିବାର ଅଭିଯୋଗ ଲଗାଇଲେ ।