ପ୍ରମୂଖ ଖବର
  • ରାଜଧାନୀରେ ଧରାପଡ଼ିଲେ ନକଲି DSP, ୨ଲକ୍ଷରୁ ଅଧିକ ନକଲି ଟଙ୍କା ସହ ପୋଲିସ ୟୁନିଫର୍ମ ଜବତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ: ଆଜି ବି ଚାଲିପାରିଲାନି ପ୍ରଶ୍ନକାଳ, ୧୨ଟା ୯ ମିନିଟ୍ ଯାଏ ଗୃହ ମଲତବୀ
  • ||
  • ଗଞ୍ଜାମ : ପାହାଡ଼ ତଳୁ ନରକଙ୍କାଳ ଉଦ୍ଧାର ଘଟଣା: ମିଳିଲା ନାବାଳିକାଙ୍କ ପରିଚୟ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଉଦଳା : ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼: ୪ ଶିକାରୀ ଗିରଫ
  • ||
  • ଆମେରିକାର ଏକଚାଟିଆ ନୀତିକୁ କରାଯିବନି ବରଦାସ୍ତ: ୟୁରୋପର ଦୀର୍ଘମିଆଦୀ ରଣନୀତି, ଅସ୍ତ୍ର ଭଣ୍ଡାର ୩୦% ବଢ଼ାଯିବ
  • ||
  • ଦୁଇ ଦିନର ବିରତି ପରେ ସରଗରମ ହେବ ବିଧାନସଭା, ନାରୀ ନିର୍ଯାତନା ପ୍ରସଙ୍ଗରେ କମ୍ପିବ ଗୃହ
  • ||
  • ଆଇପିଏଲ୍‌ ୨୦୨୫: ଆଜି କ୍ୟାପିଟାଲ୍ସ- ସୁପରଜାଏଣ୍ଟ୍‌ସ ଫାଇଟ୍, ପୁରୁଣା ଦଳ, ନୂଆ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ହେବ ଟକ୍କର
  • ||
  • ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଜି କଣ୍ଟିଲୋରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ମଙ୍ଗଳବାରଠାରୁ ବଢ଼ିବ ତାତି
  • ||

ଦିଲ୍ଲୀରେ କେବେ ହେବ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ? ଜାଣନ୍ତୁ …

Published By : Prameya | February 9, 2025 4:59 PM

ନୂଆଦିଲ୍ଲୀ, ୯/୨ :   ଦିଲ୍ଲୀ ବିଧାନସଭା ନିର୍ବାଚନରେ ବୃହତ ବିଜୟ ପରେ ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦଳ ୨୭ବର୍ଷରୁ ଅଧିକ ସମୟ ପରେ ଦିଲ୍ଲୀରେ ସରକାରକୁ ଆସିଛି । ୭୦ସଦସ୍ୟ ଭିତ୍ତିକ ବିଧାନସଭାରେ ୪୮ଟି ସିଟରେ ବିଜୟୀ ହୋଇଛି । ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ଆବାସରେ ଚର୍ଚ୍ଚା ହୋଇଥିଲା । ଏହି ବୈଠକରେ ଜେପି ନଡ୍ଡା, ବୈଜୟନ୍ତ ପଣ୍ଡା ଏବଂ ବିଏଲ୍ ସନ୍ତୋଷ ପ୍ରମୁଖ ଉପସ୍ଥିତ ଥି‌ଲେ । ସେହିଭଳି ଏବେ ଶପଥ ଗ୍ରହଣ ସମାରୋହକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ ପିଏମ୍ ମୋଦୀ ବିଦେଶ ଗସ୍ତରୁ ଫେରିବା ପରେ ଦିଲ୍ଲୀରେ ଶପଥ ଗ୍ରହଣ ହୋଇପାରେ । ପ୍ରଧାନମନ୍ତ୍ରୀ ୧୪ଫେବୃଆରୀରେ ଭାରତକୁ ଫେରିବେ । ଏହି ଶପଥ ଗ୍ରହଣ ସମାରୋହ ଭବ୍ୟ ହେବ । ଏଥିରେ ଏନଡିଏର ନେତାମାନେ ସାମିଲ ହେବାର ଆଶା ରହିଛି । ଏହା ବ୍ୟତୀତ ସମସ୍ତ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯିବ । 

ଏହାପୂର୍ବରୁ ନିର୍ବାଚନ ଫଳାଫଳ ଆସିବା ପରେ ଶନିବାର ସନ୍ଧ୍ୟାରେ ବିଜେପି କାର୍ଯ୍ୟାଳୟ‌ରେ ପିଏମ୍ ମୋଦୀ, ଜେପି ନଡ୍ଡା, ଅମିତ ଶାହଙ୍କ ସହ ଶପଥ ଗ୍ରହଣ ଏବଂ ଦିଲ୍ଲୀରେ ହେବାକୁ ଥିବା ସରକାରର ରୂପରେଖକୁ ନେଇ ଚର୍ଚ୍ଚା ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.