ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ବିଜେପି ନେତାଙ୍କ ଆତ୍ମହତ୍ୟା ମାମଲା ଏବେ ସାମ୍ନାକୁ ଆସିଛି। ପୂର୍ବତନ ବିଜେପି କର୍ପୋରେଟର ଠାକୁର ଅବଧେଶ ସିଂହ ଉତ୍ତର ପୂର୍ବ ଦିଲ୍ଲୀ ଜିଲ୍ଲା ଯମୁନା ବିହାରର କାର୍ଯ୍ୟାଳୟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ବିଜେପି ନେତାଙ୍କ ମୃତ୍ୟୁ ଖବର ପାଇବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ଆଜି (ମଙ୍ଗଳବାର) ଦିନ ପ୍ରାୟ ୧୨ଟା ସମୟରେ ଏହି ଘଟଣା ଘଟିଛି । ସୂଚନା ମୁତାବକ ଜଣେ ବ୍ୟକ୍ତି କାର୍ଯ୍ୟାଳୟରେ ପହଞ୍ଚିବା ପରେ, ଦ୍ୱାର ଭିତରୁ ବନ୍ଦ ଥିଲା। ଜାଲି ଭିତର ଦେଇ ଚାହିଁଲା ପରେ, ଦେଖିଲୁ ଯେ ଅବଧେଶ ସିଂହ ଫ୍ୟାନରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ବର୍ତ୍ତମାନ ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ।
ବିଜେପି ନେତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରେ ପୋଲିସ ତଦନ୍ତ ଚଳାଇଛି। ପ୍ରମାଣ ସଂଗ୍ରହ ପାଇଁ ବିଜେପି କାର୍ଯ୍ୟାଳୟକୁ ସିଲ୍ କରାଯାଇଛି। ପୋଲିସ ଆଖପାଖର ସିସିଟିଭି ଫୁଟେଜକୁ ମଧ୍ୟ ସ୍କାନ କରୁଛି। ଏହା ସହ ସ୍ଥାନୀୟ ନେତା ମାନଙ୍କୁ ମଧ୍ୟ ପଚରାଉଚରା କରୁଛି ପୋଲିସ।