ଫରିଦାବାଦ : ଦିଲ୍ଲୀ ବୋମା ବିସ୍ଫୋରଣ ସହ ଜଡ଼ିତ ୩ୟ କାର୍ ମଧ୍ୟ ଆଜି ମିଳିଛି। ଏହି କାରର ମାଲିକ ଡାକ୍ତର ଶାହିନ ସଇଦଙ୍କ ନାଁରେ ପଞ୍ଜୀକୃତ ଅଛି ଏବଂ ଏହା ଅଲ୍ ଫଲାହ ବିଶ୍ୱବିଦ୍ୟାଳୟର ଏକ କଲେଜ୍ ଭିତରେ ରହିଥିଲା। ଘଟଣା ସ୍ଥଳରେ ବୋମା ସ୍କ୍ୱାଡ୍ ଟିମ୍ ଏହି କାରର ଯାଞ୍ଚ ପାଇଁ ପହଞ୍ଚିଛନ୍ତି। ଏହା ପୂର୍ବରୁ ଗତକାଲି ରାତିରେ ଏକ ନାଲି ରଙ୍ଗର ଇକୋସ୍ପୋର୍ଟ କାର୍ , ଯାହା ଦିଲ୍ଲୀର ରାଜୌରୀ ଗାର୍ଡନ ଆରଟିଓରେ ପଞ୍ଜୀକୃତ ଥିଲା, ବୁଧବାର ଉତ୍ତର ପ୍ରଦେଶର ଫରିଦାବାଦର ସୀମା ନିକଟରେ ଖଣ୍ଡାୱଲୀ ଗାଁ ପାଖରେ ଉମରର ଏକ ପରିଚିତଙ୍କ ଫାର୍ମହାଉସ୍ ବାହାରେ ରହି ଥିବାର ମିଳି ଥିଲା।
ଅଧିକାରୀଙ୍କ ଅନୁସାରେ , ଏହି Brezza କାର ଅଭିଯୁକ୍ତ ଡାକ୍ତରଙ୍କ ସହ ଜଡ଼ିତ ଗାଡ଼ିର ବିସ୍ତୃତ ଯାଞ୍ଚ ବେଳେ ବିଶ୍ୱବିଦ୍ୟାଳୟର ପାର୍କିଂ ସ୍ଥାନରେ ଦେଖିବାକୁ ମିଳି ଥିଲା। ଫରିଦାବାଦ ପୁଲିସର ମୁଖପାତ୍ର ୟଶପାଲ ସିଂହ କହିଛନ୍ତି ଯେ, ମେଡିକାଲ କଲେଜ୍ ପରିସରରେ ଠିଆ ହୋଇଥିବା ୩୦ରୁ ଅଧିକ କାରର ଯାଞ୍ଚ କରା ଯାଇ ସାରିଛି ଏବଂ ତାଙ୍କର ଓନରସିପ୍ କାଗଜପତ୍ରର ଭେରିଫିକେସନ କରାଯାଉଛି। ସେ ଏହା ମଧ୍ୟ ଯୋଡ଼ିଛନ୍ତି ଯେ, ସନ୍ଦିଗ୍ଧ ଗାଡ଼ିର ଯାଞ୍ଚ ଜମ୍ମୁ-କାଶ୍ମୀର ପୁଲିସର ଟିମ୍ କରୁଛି।
ଯାଞ୍ଚ ଟିମ୍କୁ ସନ୍ଦେହ ଯେ, ଏଥିରୁ କିଛି ଗାଡ଼ିର ବ୍ୟବହାର ବିସ୍ଫୋରକ ସାମଗ୍ରୀ ପରିବହନ କିମ୍ୱା ଧମାକା ସହ ଜଡ଼ିତ ଲଜିଷ୍ଟିକ୍ ପାଇଁ କରାଯାଇ ଥାଏ ପାରେ। ଅଧିକାରୀ ମାନେ କହିଛନ୍ତି ଯେ, ଟିମ୍ ବିଶ୍ୱବିଦ୍ୟାଳୟର ମେଡିକାଲ ଓ ହଷ୍ଟେଲ୍ ଅଞ୍ଚଳ ଭିତରେ ଠିଆ ହୋଇଥିବା ସବୁ ଗାଡ଼ିର ପଞ୍ଜୀକରଣ ବିବରଣୀ , ସିସିଟିଭି ଫୁଟେଜ୍ ଓ ପ୍ରବେଶ ରେକର୍ଡର ଯାଞ୍ଚ କରାଯାଉଛି। ଯେତେ ଯେତେ ଏହି ମଲ୍ଟି ଏଜେନ୍ସି ପ୍ରୋବ୍ ଜାରି ରହିଛି, ଧୌଜ ଓ ଖଣ୍ଡାୱଲି ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।