ନୂଆଦିଲ୍ଲୀ,୨୩।୧୧: ଦିଲ୍ଲୀ ବୋମା ବିସ୍ଫୋରଣ ପରେ ତଦନ୍ତକାରୀ ଏଜେନ୍ସି ନିଜର କାମ କରୁଛି। ସମୟ ବିତିବା ସହ ବହୁ ଖୁଲାସା ମଧ୍ୟ ହେଉଛି। ଏହା ଭିତରେ ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇଛି। ତାହା ଅନୁସାରେ, ଦିଲ୍ଲୀ ବମ୍ ବିସ୍ଫୋରଣର ସୁସାଇଡ୍ ବମ୍ର ଉମର ଅଲ୍ ନବୀ ଓ ସାଥୀ ଆତଙ୍କୀଙ୍କ ଭିତରେ ମତଭେଦର ଖବର ସାମନାକୁ ଆସିଛି। ଉମର-ଉନ୍-ନବୀ କଠୋରପନ୍ଥୀ ବିଚାରଧାରା କାରଣରୁ ନିଜ ସାଥୀଙ୍କଠାରୁ ଦୂରତ୍ବ ବଜାୟ ରଖୁଥିଲା।
ରିପୋର୍ଟ ଅନୁସାରେ ଉମରର ନିଜର ସାଥୀଙ୍କ ବିଚାରଧାରା, କାମ କରିବାର ପଦ୍ଧତି ଓ ଟଙ୍କାକୁ ନେଇ ବିବାଦ ଥିଲା। ଏହି ବିବାଦ କାରଣରୁ ଉମର ନିଜ ସାଥୀ ଅଭିଯୁକ୍ତ ଅଦିଲ୍ଲ ଅହମ୍ମଦ ରାଥରର ବିବାହରେ ମଧ୍ୟ ସାମିଲ ହେବାକୁ ମନା କରିଦେଇଥିଲା। ତଦନ୍ତକାରୀଙ୍କ କହିବା ଅନୁସାରେ, ହରିୟାଣାର ଫରିଦାବାଦ ସ୍ଥିତ ଅଲ୍ ଫଲାହ ୟୁନିଭର୍ସିଟି ସହ ଜଡିତ କାଶ୍ମୀରି ଡାକ୍ତର ଉମର-ଉନ୍-ନବୀ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍ଆଇଏସ୍)ର ବିଚାରଧାରାକୁ ମାନୁଥିଲା। ଏହାର ଠିକ୍ ଓଲଟା, ଏହି ଆତଙ୍କୀ ଗୋଷ୍ଠୀର ବାକି ସଦସ୍ୟ ଅଲ୍-କାଏଦା ସମର୍ଥିତ ଗୋଷ୍ଠୀ ଯେପରି ‘ଅନ୍ସାର ଗଜଓ୍ବତ-ଉଲ୍ ହିନ୍ଦ’ ସହ ଜଡିତ ଥିଲେ। ଚିନ୍ତାଧାରାରେ ମଧ୍ୟ ପ୍ରାର୍ଥକ୍ୟ ଥିଲା। ତେବେ ଦୁଇ ଆତଙ୍କୀ ସଂଗଠନ ‘ସଲାଫିଜମ୍ମ’ ଓ ହିଂସ୍ର ଜିହାଦରୁ ବାହାରିଥିଲା, କିନ୍ତୁ ଦୁନିଆକୁ ଦେଖିବାର ଦୃଷ୍ଟିଭଙ୍ଗୀ ଏକଦମ୍ ଅଲଗା ଥିଲା। ଏହା ଭିତରେ ମୁଖ୍ୟ ମତଭେଦ ଏହି କଥାକୁ ନେଇ ଥିଲା, ଯେପରିକି ସାମ୍ପ୍ରଦାୟିକ ହିଂସା ପ୍ରଣାଳୀ, ପ୍ରାଥମିକତା(ବିଶ୍ବ ବନାମ କ୍ଷେତ୍ରୀୟ ଲକ୍ଷ୍ୟ), ବିରୋଧଭାଷା ସ୍ଥାପିତ କରିବାର ରାସ୍ତା।
ଏହି ବୈଚାରିକ ପ୍ରଭେଦ କାରଣରୁ ଗ୍ରୁପ୍ରେ ବିବାଦ ସୃଷ୍ଠି ହୋଇଥିଲା। ଉମରକୁ ଏହି ଗୋଷ୍ଠୀର ସବୁଠାରୁ କଟ୍ଟର ବୋଲି କୁହାଯାଉଛି। ଏହି ଅସନ୍ତୁଷ୍ଟ କାରଣରୁ ସେ ଚଳିତ ବର୍ଷ ଆରମ୍ଭରୁ ଜମ୍ମୁ-କଶ୍ମୀରରେ ନିଜର ସାଥୀ ଅଦିଲର ବିବାହରେ ଯିବାକୁ ମନା କରି ଦେଇଥିଲା। ଏହି ଝଗଡା ପରେ ବି ଉମର ଅକ୍ଟୋବରରେ କାଞ୍ଜିଗୁଡା ଯାଇଥିଲା। ସେଠାରୁ ନିଜର ସାଥୀଙ୍କ ସହ ସମ୍ପର୍କ ସୁଧାରିବା ସହ ବହୁ ସ୍ଥାନରେ ଏକାଧିକ ବିସ୍ଫୋରଣ କରିବାର ଯୋଜନାକୁ ସଫଳ କରିବାକୁ ଚେଷ୍ଟା କରିଥିଲା। ବିଚାରଧାରା ବ୍ୟତୀତ, ଟଙ୍କା (ଫଣ୍ଡିଂ)କୁ ନେଇ ବିବାଦ ମଧ୍ୟ ଏହି ଆତଙ୍କୀ ଗୋଷ୍ଠୀ ଭିତରେ ଫାଟ ସୃଷ୍ଟି କରିଥିଲା। ଏହି ଗୋଷ୍ଠୀ ବିସ୍ଫୋରକ ଓ ଅନ୍ୟ ଜିନିଷ (ଲଜିଷ୍ଟିକ୍) ପାଇଁ ମୋଟ୍ ଭାବରେ ପ୍ରାୟ ୨୬ ଲକ୍ଷ ଟଙ୍କା ଜମା କରିଥିଲା। ଯେତେବେଳେ ସେମାନେ ଉମରଠାରୁ ପୁରା ହିସାବ ମାଗିଥିଲେ, ସେଇଠୁ ବିବାଦ ଆରମ୍ଭ ହୋଇଥିଲା। ବିବାଦ କେବଳ ଟଙ୍କା ପର୍ଯ୍ୟନ୍ତ ସୀମିତ ନଥିଲା,ବଂର ଆକ୍ରମଣର ପଦ୍ଧତିକୁ ନେଇ ମଧ୍ୟ ଯୁକ୍ତି ହୋଇଥିଲା। ଉମର ଏହି କଥା ଉପରେ ଅଧିକ ଜିଦ୍ କରିଥିଲା ଯେ, ଆକ୍ରମଣ ଅଧିକ ବଡ଼ ଓ ନାଟକୀୟ ଢଙ୍ଗରେ କରାଯିବା ଦରକାର।