ନୂଆଦିଲ୍ଲୀ,୧୦।୧୨: ଦିଲ୍ଲୀ ଲାଲ୍କିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ମାମଲାରେ ସ୍ପେଶାଲ ଏନ୍ଆଇଏ କୋର୍ଟ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଏବେ ୧୪ ଦିନିଆ କଷ୍ଟଡିରେ ପଠାଇଛି। ଆମିର ରଶିଦ୍ ଅଲ୍ଲୀ ଜସିର ବିଲାଲ ଭାନି ଓରଫ୍ ଦାନିଶକୁ ଏନ୍ଆଇଏର କଷ୍ଟଡି ସୀମା ଶେଷ ହେବାପରେ ପଟିୟାଲା ହାଉସ କୋର୍ଟରେ ହାଜର କରାଯାଇଛି, ସେଠାରେ ବିଚାରପତି ଏହି ରାୟ ଦେଇଛନ୍ତି।

ଦିଲ୍ଲୀ ବିସ୍ଫୋରର ମାମଲାରେ ଏନ୍ଆଇଏ ନସିର ମଲ୍ଲାକୁ ଗିରଫ କରିଛି। ଅଭିଯୁକ୍ତକୁ ପଟିୟାଲା ହାଉସ କୋର୍ଟରେ ମଙ୍ଗଳବାର ହାଜର କରାଯାଇଥିଲା। ସେଠାରୁ ତାକୁ ୭ ଦିନିର ରିମାଣ୍ଡରେ ପଠାଯାଇଛି। ଅଭିଯୁକ୍ତ ନସିର ମଲ୍ଲାକୁ ଗିରଫ କରିବା ପରେ ଦିଲ୍ଲୀ ସ୍ଥିତ ପଟିୟାଲା ହାଉସ କୋର୍ଟରେ ହାଜର କରାଯାଇଛି। କୋର୍ଟରେ ହୋଇଥିବା ଶୁଣାଣି ପରେ ଅଭିଯୁକ୍ତକୁ ୭ ଦିନର ଏନ୍ଆଇଏ ରିମାଣ୍ଡରେ ପଠାଯାଇଛି। ଏବେ ୭ ଦିନ ପର୍ଯ୍ୟନ୍ତ ତଦନ୍ତକାରୀ ଏଜେନ୍ସି ଏନ୍ଆଇଏ ମୁଖ୍ୟାଳୟରେ ଅଭିଯୁକ୍ତକୁ ପଚରା ଉଚରା କରିବେ। ଅଭିଯୁକ୍ତ ନାସିର ମଲ୍ଲା ସହ ଜଡିତ ଅନ୍ୟ ଅଭିଯୁକ୍ତଙ୍କ ବିଷୟରେ ପଚରା ଉଚରା ହୋଇପାରେ।

ରାଜଧାନୀରେ ୧୦ ନଭେମ୍ବରରେ ଲାଲକିଲ୍ଲା ନିକଟରେ ହୋଇଥିବା ବମ୍ ବିସ୍ଫୋରଣର ଏକ ମାସ ହୋଇଯାଇଛି, କିନ୍ତୁ ଏହି ଆତଙ୍କୀ ଷଡଯନ୍ତ୍ରର ମୁଖ୍ୟ ମକଦ୍ଦମାର ଆରମ୍ଭ ଏପର୍ଯ୍ୟନ୍ତ କୋର୍ଟରେ ହୋଇନଥିଳା। ବିସ୍ଫୋରଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଆହତ ହୋଇଥିଲେ। ପ୍ରଥମେ ମାମଲାର ଯାଞ୍ଚ କରିଥିଲା ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍। କିନ୍ତୁ ୧୮ ନଭେମ୍ବରରେ ଗୃହମନ୍ତ୍ରଣାଳୟ ଏହାକୁ ଏନ୍ଆଇଏକୁ ଦେଇଥିଲା। ଏନ୍ଆଇଏ ଏପର୍ଯ୍ୟନ୍ତ ୭ଟି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିରେ କଥିତ ମାଷ୍ଟର ମାଇଣ୍ଡ ଓ ବିସ୍ଫୋରକ ଏକାଠି କରିଥିବା ଲୋକ ରହିଛନ୍ତି । ସବୁ ଅଭିଯୁକ୍ତ ବର୍ତ୍ତମାନ ଏନ୍ଆଇଏ କଷ୍ଟଡିରେ ଅଛନ୍ତି। ତେବେ ପଟିୟାଲା କୋର୍ଟ ଏପର୍ଯ୍ୟନ୍ତ କେବଳ ରିମାଣ୍ଡ ବଢାଇବା ଓ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଉପରେ ବିଚାର କରୁଛି। ମୁଖ୍ୟ ମାମଲାରେ ଅଭିଯୋଗପତ୍ର ଚାର୍ଜସିଟ୍ ଦାଖଲ କରିବାର ପକ୍ରିୟା ଏବେ ଆରମ୍ଭ ହୋଇନି। ଏଭଳି ସ୍ଥିତିରେ ଅନ୍ତର୍ଜାତୀୟ ଲିଙ୍କ କାରଣରୁ ଯାଞ୍ଚରେ ଅତିରିକ୍ତ ସମୟ ଲାଗୁଛି।

ଆହୁରି ପଢନ୍ତୁ: ନକଲି ଘିଅ ପରେ ଏବେ ତିରୁପତି ମନ୍ଦିରରେ ସାଲ୍ ଦୁର୍ନୀତି,୧୦୦ % ସିଲକ୍ କହି ଦେଉଥିଲେ ପଲିଷ୍ଟର

ଓକିଲମାନେ କହିଛନ୍ତି ଯେ ଚାର୍ଜସିଟ୍ ଦାଖଲ କରିବାରେ ସମୟ ଲାଗିବ, ଯାହା ପୀଡିତଙ୍କ ପରିବାର ମଧ୍ୟରେ ହତାଶା ଏବଂ ଅସନ୍ତୋଷ ବୃଦ୍ଧି କରୁଛି। ଆଇନ ସାଧାରଣତଃ ଚାର୍ଜସିଟ୍ ଦାଖଲ ପାଇଁ ୯୦ ଦିନର ସମୟସୀମା ବାଧ୍ୟତାମୂଳକ କରିଥାଏ, ତେଣୁ ଏଥିରେ ଅତି କମରେ ଆଉ ଦୁଇ ମାସ ଲାଗିପାରେ। ଏହି ବିଳମ୍ବ ମୃତକଙ୍କ ପରିବାରକୁ ହତାଶ କରିଛି। ପରିବାର ସଦସ୍ୟମାନେ କହିଛନ୍ତି ଯେ ସେମାନଙ୍କ ପିଲାଙ୍କର ମୃତଦେହ ଠିକ୍ ଭାବରେ ଉଦ୍ଧାର କରାଯାଇନାହିଁ। ଗୋଟିଏ ମାସ ବିତିଗଲା, କିନ୍ତୁ ନ୍ୟାୟ ପାଇଁ କୌଣସି ଆଶା ନାହିଁ। ଅଭିଯୁକ୍ତମାନେ ଆରାମରେ ଜେଲରେ ଅଛନ୍ତି। ଏନ୍ଆଇଏର କହିବା ଅନୁସାରେ, ଏହା ହ୍ବାଇଟ ମଡ୍ୟୁଲ୍ ଟେରରଙ୍କ ଦ୍ବାରା ହୋଇଥିବା ଏକ ଷଡ଼ଯନ୍ତ୍ର ଥିଲା, ଯେଉଁଥିରେ କାଶ୍ମୀର ଏବଂ ଫରିଦାବାଦର ଡାକ୍ତର ଏବଂ ଧାର୍ମିକ ସଂଗଠନର ବ୍ୟକ୍ତିଙ୍କ ଏକ ନେଟୱାର୍କ ସାମିଲ ଥିଲା। ବିସ୍ଫୋରଣରେ ବ୍ୟବହୃତ ଗାଡ଼ି (ହୁଣ୍ଡାଇ i20) ରେ ଆମୋନିୟମ୍ ନାଇଟ୍ରେଟ୍ ଭର୍ତ୍ତି ଥିଲା। ମୁଖ୍ୟ ସନ୍ଦିଗ୍ଧ ଡାକ୍ତର ଉମର ଉନ୍-ନବି, ପୁଲୱାମାର ବାସିନ୍ଦା, ଯିଏକି ଆତ୍ମଘାତୀ ଥିଲା। ସେ ନିଜକୁ ମଧ୍ୟ ବିସ୍ଫୋରଣରେ ଉଡାଇ ଦେଇଥିଲା। ତଦନ୍ତରେ ବିଦେଶୀ ହ୍ୟାଣ୍ଡଲରଙ୍କ ସହ ଲିଙ୍କ ମଧ୍ୟ ପ୍ରକାଶ ପାଇଛି।