ନୂଆଦିଲ୍ଲୀ,୨୫।୨: ରାଜଧାନୀ ଦିଲ୍ଲୀରୁ ଆସିଛି ଚାଞ୍ଚଲ୍ୟକର ଖବର। ଗୋଟିଏ ପରିବାରର ୪ଜଣଙ୍କୁ ଗଳା କାଟି ହତ୍ୟା। ଆଉଟର ନର୍ଥ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଯାହାକୁ ଦେଖି ପୁରା ସହର ଚକିତ । ଚନ୍ଦନ ପାର୍କ ଅଞ୍ଚଳରେ ଜଣେ ବ୍ୟକ୍ତି ନିଜର ପତ୍ନୀ ସହ ୩ ଝିଅଙ୍କୁ ଗଳା କାଟି ହତ୍ୟା କରିବା ପରେ ଫେରାର ହୋଇ ଯାଇଛି। ବୁଧବାର ସକାଳେ ଏକ ଛାତିଥରା ଘଟଣା ଦେଖିବାକୁମିଳିଛି। ସର୍ବୋଦୟ ବିଦ୍ୟାଳୟ ନିକଟ ଏକ ଘରୁ ଗୋଟିଏ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ପରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ମୃତକମାନେ ହେଲେ ଅନିତା (ପତ୍ନୀ) ଏବଂ ତାଙ୍କ ତିନି ଜଣ ନାବାଳିକା ଝିଅ ବୋଲି ଚିହ୍ନଟ କରାଯାଇଛି।
ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଥିଲା। ସେଠାରେ ଯାହା ଦେଖିଥିଲା ତାହା ପୁଲିସକୁ ମଧ୍ୟ ଚକିତ କରିଦେଇଥିଲା। ରୁମ୍ ଭିତରେ ୪ଟି ମୃତଦେହ ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ପଡି ରହିଛି। ଘର ଭିତରେ ସଂଘର୍ଷର ଚିହ୍ନ ବି ରହିଛି,ଯାହା ଦର୍ଶାଉଛି ଯେ, ମୃତ୍ୟୁ ପୂର୍ବରୁ ପୀଡିତା ନିଜକୁ ବଞ୍ଚାଇବାକୁ ଖୁବ୍ ସଂଘର୍ଷ କରିଛନ୍ତି। ଦିଲ୍ଲୀ ପୋଲିସର କହିବା ଅନୁଯାୟୀ, ଏହି ଗଣହତ୍ୟାର ସନ୍ଦିଗ୍ଧ ବ୍ୟକ୍ତି ହେଉଛନ୍ତି ଘରର ମୁଖ୍ୟ ଏବଂ ମୃତ ମହିଳାଙ୍କ ସ୍ୱାମୀ ମୁଞ୍ଚନ କେୱାଟ। ବୁଧବାର ସକାଳଠାରୁ ମୁଞ୍ଚନ ନିଖୋଜ ଅଛନ୍ତି ଏବଂ ତାଙ୍କ ଫୋନ୍ ବନ୍ଦ ଅଛି। ପଡ଼ୋଶୀ ଏବଂ ସମ୍ପର୍କୀୟମାନେ ବିଶ୍ୱାସ କରିପାରୁ ନାହାଁନ୍ତି ଯେ, ମୁଞ୍ଚନ ଏତେ କଠୋର ପଦକ୍ଷେପ ନେଇଥିବ।
#WATCH | Delhi | Rubi, Relative of the victims says, "...I saw that all of them were lying dead and their throats were slit...I don't know who murdered them..." https://t.co/IGcSqSVnR2 pic.twitter.com/YVrtAeBZwC
— ANI (@ANI) February 25, 2026
ମୃତକଙ୍କ ସମ୍ପର୍କୀୟ ରୁବି କହିଛନ୍ତି ଯେତେବେଳେ ସେ ଘର ଭିତରକୁ ଆସି ଦେଖିଲେ,ମୃତଦେହ ପଡି ରହିଥିଲା ଏବଂ ସମସ୍ତଙ୍କ ବେକ କଟାଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପରିବାରରେ ସେଭଳି କୌଣସି ବିବାଦ ନଥିଲା। ସାଧାରଣ ଏବଂ ଖୁସିରେ ଥିବା ପରିବାର ଥିଲା। ପୁଲିସ ହତ୍ୟାକାଣ୍ଡର କାରଣ ଖୋଜୁଛି। ତଦନ୍ତ ଆର୍ଥିକ ଅସୁବିଧା, ପାରିବାରିକ କଳହ କିମ୍ବା ମାନସିକ ଅସ୍ଥିରତା ତାହା ଜାଣିବାକୁ ପୁଲିସ ପ୍ରତ୍ୟେକ ଦିଗରୁ ତଦନ୍ତ କରୁଛି। ଘଟଣାର ଗମ୍ଭୀରତାକୁ ଦେଖି ଦିଲ୍ଳୀ ପୁଲିସ ଭାରତୀୟ ନ୍ୟାୟ ସଂହିତା ୧୦୩ (୧) ଅନୁସାରେ,ହତ୍ୟା ମାମଲା ରୁଜୁ କରିଛି। ଘଟଣାସ୍ଥଳରେ କ୍ରାଇମ ଟିମ୍ ଓ ଜଣେ ଏଫ୍ଏସ୍ଏଲ୍ ଟିମ୍କୁ ଡକାଇ ପ୍ରମାଣ ଏକାଠି କରାଯାଉଛି। ସେଭଳି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ମଧ୍ୟ ପଠାଇ ଦିଆଯାଇଛି। ଅଭିଯୁକ୍ତ ମୁଞ୍ଚନକୁ ଗିରଫ କରିବା ପାଇଁ ପୁଲିସ ସ୍ୱତନ୍ତ୍ର ଦଳ ଗଠନ କରିଛି। ପୁଲିସ ଆଖପାଖ ଅଞ୍ଚଳରୁ ସିସିଟିଭି ଫୁଟେଜକୁ ସ୍କାନ କରୁଛି ଏବଂ ଅଭିଯୁକ୍ତଙ୍କ ସମ୍ଭାବ୍ୟ ଆଡ୍ଡାରେ ଚଢାଉ କରୁଛି। ଏହା ସହ ମୋବାଇଲ ଲୋଟ୍ରାକ୍ କରିବାକୁ ମଧ୍ୟ ଚେଷ୍ଟା କରାଯାଉଛି।
ଆହୁରି ପଢନ୍ତୁ : ଚାକିରୀ ଲୋଭ ଦେଖାଇ ଯୌନ ଶୋଷଣ, ଧର୍ମ ପରିବର୍ତ୍ତନ କରି ବୁର୍ଖା ପିନ୍ଧିବାକୁ ଝିଅଙ୍କୁ ବାଧ୍ୟ କରୁଥିଲେ ଦୁଇ ଭଉଣୀ.. ଏମିତି ପଡିଲେ ଧରା