ଫିରିଙ୍ଗିଆ, ୨୮/୫: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡ଼ା ଥାନା ଅଞ୍ଚଳରୁ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତି ଓ ବ୍ୟାଙ୍କ ପାସବୁକ୍‌ରେ ଦଶ ଲକ୍ଷ ଟଙ୍କା ନେଣଦେଣକୁ ନେଇ ଗୋଚ୍ଛାପଡ଼ା ପୁଲିସ ସହାୟତାରେ ଅଭିଯୁକ୍ତକୁ ଘରୁ ମାଡି ବସିଛି ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ ପୁଲିସ l 

ସୂଚନା ଅନୁସାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଦିଲ୍ଲୀରେ ଗଞ୍ଜେଇ ସହ କିଛି ଗଞ୍ଜେଇ ଚାଲାଣକାରିଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ। ଗିରଫ ପରେ ଗଞ୍ଜେଇ ଚାଲାଣର ଚେର କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଞ୍ଚଳରୁ ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଥିବା ଦିଲ୍ଲୀ  କ୍ରାଇମ୍ ବ୍ରାଞ୍ଚ ପୁଲିସ ଜାଣିବାକୁ ପାଇଥିଲା l ଏହି ଘଟଣା ପରେ ଗଞ୍ଜେଇ ଚାଲାଣକାରିମାନେ ଗଞ୍ଜେଇ ଚାଲାଣ ଘଟଣାକୁ ନେଇ ଗୋଚ୍ଛାପଡ଼ା ଥାନା ପକାରୀ ପଞ୍ଚାୟତ ମାଣ୍ଡିବାଲା ଗାଁର ଭାଗିରଥି ପ୍ରଧାନ (୨୭)ଙ୍କ ପାସବୁକ୍‌କୁ ଦଶ ଲକ୍ଷ ଟଙ୍କା ପଠାଇଥିବା ଦିଲ୍ଲୀ ପୁଲିସ ସୂଚନା ପାଇଥିଲା l 

ଏହି ଘଟଣାରେ ଦିଲ୍ଲୀ ପୁଲିସର ଏକ ୫ ଜଣିଆ ଟିମ ଫୁଲବାଣୀରେ ପହଞ୍ଚି ଗୋଚ୍ଛାପଡ଼ା ପୁଲିସ ସହାୟତାରେ ରାତିରେ ଭାଗିରଥିଙ୍କ ଘର ମାଣ୍ଡିବାଲା ଗାଁରେ ପହଞ୍ଚି ଭାଗିରଥିକୁ ଗିରଫ କରିବା ସହ ଆଜି ଗୋଚ୍ଛାପଡା ଥାନାରୁ ଅଭିଯୁକ୍ତକୁ ଦିଲ୍ଲୀ ନେଇଥିବା ଗୋଚ୍ଛାପଡ଼ା ଏସଆଇ ଅନନ୍ତ କୁମାର ପ୍ରଧାନ ସୂଚନା ଦେଇଛନ୍ତି l