ପ୍ରମୁଖ ଖବର : ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭସ୍ତମ୍ଭ   |   ଓଟିଇଟି ପରୀକ୍ଷା ୨୦୨୫ ଫର୍ମ ଫିଲଅପ୍ ପାଇଁ ଅବଧି ନଭେମ୍ବର ୨୭ ତାରିଖକୁ ବଢିଲା   |   ଭେଟେନାର ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ। ୮୯ ବର୍ଷରେ ଶେଷ ନିଶ୍ବାସ ତ୍ୟାଗ କଲେ   |   ତାମିଲନାଡୁ ତେନକାସିରେ ଦୁଇ ବସ୍ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ, ୨୮ରୁ ଅଧିକ ଆହତ   |   ଭାରତୀୟ ନୌସେନାରେ ସାମିଲ ଆଇଏନ୍ଏସ 'ମାହେ', ଶତ୍ରୁ ପାଇଁ ହେବ କାଳ   |   ସିଏମ୍‌ଙ୍କ ଜନଶୁଣାଣି : ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ   |   ମଙ୍ଗଳବାରଠୁ ଆରମ୍ଭ ହେବ ଧାନକିଣା, ଖରିଫ୍‌ ଧାନ ବିକିବାକୁ ୧୯.୬୮ ଲକ୍ଷ ଚାଷୀଙ୍କ ପଞ୍ଜୀକରଣ   |   ପାକିସ୍ତାନ ଅର୍ଦ୍ଧସାମରିକ ସେନା ମୁଖ୍ୟାଳୟ ନିକଟରେ ବିସ୍ଫୋରଣ ସହ ଆଖିବୁଜା ଗୁଳିମାଡ଼, ୩ ସୈନିକଙ୍କ ମୃତ୍ୟୁ   |   ଦେଶର ୫୩ତମ ସିଜେଆଇ ଭାବେ ଶପଥ ନେଲେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ   |   ୟୁକ୍ରେନରେ ରୁଷର ପ୍ରଚଣ୍ଡ ଆକ୍ରମଣ : ୧୦୫୦ ଡ୍ରୋନ୍, ୧୦୦୦ ଗ୍ଲାଇଡ୍ ବୋମା ଓ ୬୦ ମିସାଇଲ ମାଡ଼, ୩୩ ମୃତ   |   ତାଇୱାନକୁ ନେଇ ଚୀନ-ଜାପାନ ମଧ୍ୟରେ ତିକ୍ତତା, ବଢିଲା ଭାରତ ସିଫୁଡ୍ ଚାହିଦା, କମ୍ପାନିଙ୍କ ଶେୟାର ୧୦% ବୃଦ୍ଧି   |   ବଢୁଛି ବାତ୍ୟା ଭୟ, ଆହୁରି ବଳ ଗୋଟାଉଛି ଲଘୁଚାପ: ଆଜି ଅବପାତ,୨୬ ସୁଦ୍ଧା ବାତ୍ୟା
Dharmendra

ମୁମ୍ବାଇ,୨୪।୧୧: ୩୦୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡ ଷ୍ଟାର ଧର୍ମେନ୍ଦ୍ର ଆଉ ଏହି ଦୁନିଆରେ ନାହାନ୍ତି। ସେ ଛଅ ଦଶନ୍ଧିରୁ ଅଧିକ ସମୟ ଧରି ଲୋକଙ୍କ ମନୋରଞ୍ଜନ କରିଥିଲେ। ତାଙ୍କ ଦେହାନ୍ତର ଖବର ପ୍ରଶଂସକଙ୍କୁ ଗଭୀର ଭାବରେ ମର୍ମାହତ କରିଛି। ବଲିଉଡରେ ଶୋକର ଛାୟା ଖେଳିଯାଇଛି। ପ୍ରଶଂସକଙ୍କଠାରୁ ଆରମ୍ଭ ବଡ଼ ବଡ଼ ଫିଲ୍ମ ଷ୍ଟାରଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ମୃତ୍ୟୁ ପରେ ବି ଲୋକଙ୍କ ହୃଦରେ ସ୍ବତନ୍ତ୍ର ସ୍ଥାନ ଛାଡି ଯାଇଛନ୍ତି ହି-ମ୍ୟାନ୍। ଧର୍ମେନ୍ଦ୍ର କିଛି ସମୟ ଗତ ଧରି ଅସୁସ୍ଥ ଥିଲେ।

୩୧ ଅକ୍ଟୋବରରେ ଖବର ଆସିଥିଲା ଯେ ସେ ଚେକ୍ଅପ୍ ପାଇଁ ହସ୍ପିଟାଲ ଯାଇଥିଲେ। କିନ୍ତୁ ପରେ ରିପୋର୍ଟ ଆସିଥିଲା ସେ ନିୟମିତ ଚେକ୍ଅପ୍ ପାଇଁ ଯାଇଥିଲେ। ତା'ପରେ, ନଭେମ୍ବର ୧୦ ତାରିଖରେ ଖବର ଆସିଥିଲା ଯେ ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ସେ ଅନେକ ରୋଗରେ ପୀଡିତ ଥିଲେ।

ନିମୋନିଆ କାରଣରୁ ତାଙ୍କୁ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଥିଲା।ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ସ୍ପେସିସ୍ରେ ପୀଡିତ ଥିଲେ। ସ୍ପେସିସ୍ ହେଉଛି ଏଭଳି ଏକ ସ୍ବାସ୍ଥ୍ୟ ସମ୍ପର୍କି ସମସ୍ୟା, ଯେଉଁଥିରେ ରୋଗ ପ୍ରତିରୋଧକ ଶକ୍ତି କାମ କରିନଥାଏ, ଫଳରେ ଶରୀରକୁ କ୍ଷତି ପହଁଞ୍ଚାଇଥାଏ। ଏହା ସହ ଦୀର୍ଘ ଦିନ ଧରି ହାର୍ଟଜନିତ ସମସ୍ୟ ମଧ୍ୟ ତାଙ୍କର ଥିଲା। ତେବେ ତାଙ୍କର ବର୍ତ୍ତମାନ କ’ଣ ସମସ୍ୟା ଥିଲା, ଏହାକୁ ନେଇ ହସ୍ପିଟାଲ ପକ୍ଷରୁ କୌଣସି ସୂଚନା ମିଳିପାରିନି।

ହସ୍ପିଟାଲରେ ଡିସଚାର୍ଜ ହେବାପରେ ଘରେ ତାଙ୍କର ଚିକିତ୍ସା ଚାଲିଥିଲା। ସେ ସୁସ୍ଥ ମଧ୍ୟ ହେଉଥିଲେ। କିନ୍ତୁ ପୁଣି ହଠାତ ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା। ଶେଷରେ ଆଜି ତାଙ୍କର ମୃତ୍ୟୁ ଖବର ଜଣାପଡିଥିଲା। ଯାହାକି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ମୁମ୍ବାଇର ଭିଲେ ପାର୍ଲେରେ ପବନ ହଂସ ସ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା। ପରିବାର ସହ ବଲିଉଡ ଷ୍ଟାରଙ୍କ ଭିଡ ଜମିଥିଲା। ସଲମାନ ଖାନ୍,ଶାହରୁଖ ଖାନ୍, ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ଅନିଲ କପୁର, ଗୋବିନ୍ଦାଙ୍କ ସହ ଇଣ୍ଡଷ୍ଟ୍ରୀ ବହୁ ତାରକା ଅନ୍ତିମ ଦର୍ଶନ କରିବାକୁ ପହଁଞ୍ଚିଥିଲେ।