ନୂଆଦିଲ୍ଲୀ,୩୧।୩: ଦିଲ୍ଲୀରେ ଆଗାମୀ ୨୪ ଘଣ୍ଟାରେ ୭ ତିବ୍ରତାରେ ଭୂମିକମ୍ପ ଆସିପାରେ। ଏଭଳି ଭୟଙ୍କର ଭବିଷ୍ୟବାଣୀ ଉପରେ ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନ୍‌ସିଏସ୍) ଚିନ୍ତା ଦୂର କରି କହିଛି ଏହାର କୌଣସି ଆଧାର ନାହିଁ। ବିକାଶ ଜିୟୋସୋସିଂ ପ୍ରାଇଭେଟ୍ ଲିମିଟେଡ୍ ଡାଇରେକ୍ଟର ବିକାଶ କୁମାରଙ୍କ ପକ୍ଷରୁ ଏହି ଦାବି କରାଯାଇଛି। ଏଭଳି ଭବିଷ୍ୟବାଣୀ ଏଭଳି ସମୟରେ ଆସିଛି, ଯେତେବେଳେ ଶୁକ୍ରବାର ମିଆଁମାର ଓ ଥାଇଲାଣ୍ଡରେ ଭୂକମ୍ପ ପ୍ରବଳ କ୍ଷୟକ୍ଷତି କରିଛି।

ବିକାଶ କୁମାରଙ୍କ ପକ୍ଷରୁ ଏକ ବୟାନ ଜାରି କରି ଭୂକମ୍ପର ସିଗନାଲର ଦାବି କରାଯାଇଥିଲା। ଏଥିରେ କୁହାଯାଇଥିଲା ‘ଆପଣ ସମସ୍ତଙ୍କୁ ସୂଚିତ କରାଯାଉଛି ୩୧ ମାର୍ଚ୍ଚ ୨୦୨୫ ସକାଳ ୭ଟା ୧୫ ମିନିଟ୍‌ରେ ଭୂକମ୍ପର ପୂର୍ବ ଚେତାବନୀ ପ୍ରଣାଳି (ଏଏନ୍‌ଡିଏସ୍ଏସ୍)ରୁ ପ୍ରଥମ ସିଗନାଲ ଦିଲ୍ଲୀରୁ ଉତ୍ତର-ଦକ୍ଷିଣ ଆଡକୁ ୨୦ ଡିଗ୍ରୀରେ ସିଗନାଲ ମିଳୁଛି। ଯାହାର ଦୂରତ୍ବ ୧୦୦ କିଲୋମିଟର ରହିଛି। ଏଠାରେ ଭୂକମ୍ପ ୩ରୁ ୫ ତୀବ୍ରତା ମଧ୍ୟରେ ଆସିପାରେ। ’

ଦ୍ବିତୀୟ ସିଗନାଲ ଭାରତର ନେପାଳ ସୀମାରୁ ଆସିଛି। ଏହାର ଦୂରତ୍ବ ୩୦୦ କିଲୋମିଟର ରହିଛି। ଏହି ଭୂକମ୍ପର ସଗନାଲ ଦିଲ୍ଲୀରୁ ଉତ୍ତର ପୂର୍ବରୁ ଆଡକୁ ୪୫ ଡିଗ୍ରୀରେ ମିଳୁଛି। ଏହି ଭୂକମ୍ପ ୫ ରୁ ନେଇ ୭ ମ୍ୟାଗ୍ନିଚ୍ୟୁଟ୍ ଭିତରେ ଆସିପାରେ। ଦୟାକତି ସତର୍କ ଓ ସୁରକ୍ଷିତ ରୁହନ୍ତି। ଏହି ଭୂକମ୍ପ ୨୪ ଘଣ୍ଟା ଭିତରେ ଆସିପାରେ। ଏଭଳି ଭୂକମ୍ପର ସୂଚନା ଗଣେଶ ନଗର, ପାଣ୍ଡବ ନଗର ଦିଲ୍ଲୀ ଲାଗିଥିବା ମେସିନ୍‌ରୁ ଜଣାପଡିଛି।