ପ୍ରମୂଖ ଖବର
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଦିଲ୍ଲୀ ଦଙ୍ଗଲରେ ହାରିଗଲେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ, ବାଜି ମାରିନେଲା ବିଜେପି

Published By : Ankita S | February 8, 2025 1:01 PM

ନୂଆଦିଲ୍ଲୀ,୦ ୮/୦୨:  ଦିଲ୍ଲୀ ଲଢେଇରେ ହାରିଗଲେ ହେଭିୱେଟ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପକୁ ବଡ ଝଟକା ଲାଗିଛି ।ହାରିଗଲେ ଅରବିନ୍ଦ କେଜ୍ରିୱାଲ । ଆପ୍ ହାତରୁ ଚାଲିଗଲା ନୂଆଦିଲ୍ଲୀ ଆସନ । ବିଜେପି ପ୍ରାର୍ଥୀଠୁ ପରାସ୍ତ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାର । ବାଜି ମାରି ନେଇଛନ୍ତି ବିଜେପିର ପରବେଶ ବର୍ମା । ୩୧୮୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ପରବେଶ । ସେହିପରି ମନୀଶ ସିସୋଦିଆ ମଧ୍ୟ ପରାସ୍ତ ହୋଇଛନ୍ତି ଯାହା ଆପକୁ ଡବଲ ଝଟକା ଦେଇଛି ।

ବିଜୟ ପରେ ପରବେଶ ବର୍ମା କହିଛନ୍ତି, ୧୦ ବର୍ଷ ହେବେ ଦିଲ୍ଲୀରେ କିଛି କାମ ହୋଇପାରୁ ନଥିଲା । ଏବେ ଦିଲ୍ଲୀରେ ଯେଉଁ ସରକାର ହେଉଛି ତାହା ପ୍ରଧାନମନ୍ତ୍ରୀଙ୍କ ଭିଜନକୁ ଆଣିବ । ମୋ ବିଜୟ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦିଲ୍ଲବାସୀଙ୍କୁ ଦେଉଛି । ଦିଲ୍ଲୀ ଜନତାଙ୍କୁ ଧନ୍ୟବାଦ ଦେଉଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ପରବେଶ ବର୍ମା ୩,୧୮୨ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଆଇଏଏସ ଅଫିସରରୁ ପଲିଟିସିଆନ ହୋଇଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ପରାସ୍ତ କରିଛନ୍ତି ପରବେଶ । ସେପଟେ କାଲିକାଜୀ ଆସନରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ରମେଶ ବିଧୁଡୀ ପରାସ୍ତ ହୋଇଛନ୍ତି । ଅନ୍ୟପଟେ ଜଙ୍ଗପୁରୀ ଆସନରୁ ପରାସ୍ତ ହୋଇଛନ୍ତି ଆପ୍ ପ୍ରାର୍ଥୀ ତଥା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ବିଜେପିର ତରଭିନ୍ଦରଙ୍କ ସିଂହ ସିସୋଦିଆଙ୍କୁ ହରାଇ ବିଜୟୀ ହୋଇଛନ୍ତି ।

ଏହା ବି ପଢନ୍ତୁ...କିଏ ଜିତିବି ଦିଲ୍ଲୀର ଦିଲ୍ ? ଆପର ୩ ହେବିୱେଟ୍ ପଛୁଆ, ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ

ପ୍ରକାଶ ଥାଉ କି,  ଗତ ଫେବୃଆରୀ ୫ ତାରିଖରେ ଦିଲ୍ଲୀର ୭୦ ବିଧାନସଭା ଆସନରେ ଭୋଟ ଗ୍ରହଣ ହୋଇଥିଲା ।  ମୋଟ୍ ୬୦.୫୪% ମତଦାନ ହୋଇଥିଲା । ଉତ୍ତରପୂର୍ବ ଜିଲ୍ଲୀରେ ସର୍ବାଧିକ ଭୋଟ୍ ଗ୍ରହଣ ରେକର୍ଡ ହୋଇଥିଲା । ଆଜି ସମସ୍ତ ୭୦ ଆସନରେ ଭୋଟ ଗଣତି ଜାରି ରହିଛନ୍ତି । ଏବେ ସୁଦ୍ଧା ବିଜେପି ବିରାଟ ବିଜୟ ପଥରେ ରହିଛି । ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ଏକ ପ୍ରକାର ସରକାର ଗଢିବା ବାରି ହୋଇ ପଡୁଛି । ସେଲିବ୍ରେସନ ଆରମ୍ଭ କରି ଦେଲାଣି ଭାରତୀୟ ଜନତା ପାର୍ଟି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.