ନୂଆଦିଲ୍ଲୀ,୦୪/୧୨: ରାଜଧାନୀବାସୀଙ୍କୁ ଉପହାର ଦେଲେ ଆତିଶୀ । ରାଜଧାନୀ ଦିଲ୍ଲୀ ହେବାକୁ ଯାଉଛି ଇଭି ରାଜଧାନୀ । ମୁଖ୍ୟମନ୍ତ୍ରୀ ଆତିଶୀ ଏକା ସହିତ ୨୫ ଇଭି ଚାର୍ଜିଂ ଷ୍ଟେସନର କରିଛନ୍ତି ଉଦଘାଟନ ।
ସୂଚନା ମୁତାବକ, ଦେଶରେ ଇଲେକ୍ଟ୍ରୋନିକ ଗାଡିର ବୃଦ୍ଧି ପାଇଁ ସରକାରଙ୍କ ତରଫରୁ କିଛି ନା କିଛି ନୂଆ କରାଯାଉଛି। ସେହିପରି ଦେଶର ରାଜଧାନୀ ଦିଲ୍ଲୀ ବର୍ତ୍ତମାନ ଇଭି ରାଜଧାନୀ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଆତିଶୀ ଦିଲ୍ଲୀବାସୀଙ୍କ ପାଇଁ ଅନେକ ନୀତି ଘୋଷଣା କରିଛନ୍ତି । ଯେଉଁଥିରେ ଇଲେକ୍ଟ୍ରୋନିକ ଗାଡିର ପଲିସି ପୁଣିଥରେ ଆରମ୍ଭ ହେବା ନେଇ ଘୋଷଣା ହୋଇଛି । ଦିଲ୍ଲୀକୁ ଇଭି ରାଜଧାନୀ ବନାଇବା ପାଇଁ ଏକା ସହିତ ୨୪ ଟି ବା ଦୁଇ ଡ଼ଜନରୁ ଅଧିକ ଚ଼ାର୍ଜିଂ ସେଣ୍ଟର ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଆତିଶୀ ଓ ପୂର୍ବ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏକା ସହିତ ୨୫ଟି ଇଭି ଚାର୍ଜିଂ ଷ୍ଟେସନର ଆଜି ସକାଳ ୧୧ଟାରେ ବିହାର ଫେଜ ୧ ରେ ଉଦଘାଟନ କରିଛନ୍ତି । ପ୍ରକାଶ ଥାଉକି, ଦିଲ୍ଲୀରେ ପୂର୍ବରୁ ଅତି କମରେ ଅଢ଼େଇ ହଜାର ଚ଼ାର୍ଜିଂ ସେଣ୍ଟର ଓ ଅଢ଼େଇ ଶହରୁ ଅଧିକ ସ୍ବାପିଂ ଷ୍ଟେସନରହିଛି।
ବର୍ତ୍ତମାନ ସମୟରେ ଇଲେକ୍ଟ୍ରୋନିକ ଗାଡ଼ିକୁ କିଣିବା ସହଜ ହୋଇଛି। କିନ୍ତୁ ଇଭିକୁ ଚାର୍ଜ କରିବା ସମସ୍ୟା ବର୍ତ୍ତମାନ ବି ଲାଗି ରହିଛି । ଯେଉଁଭଳି ଭାବରେ ଅଳ୍ପ ଦୂରତା ମଧ୍ୟରେ ପେଟ୍ରୋଲ ପମ୍ପ ସହଜରେ ମିଳିଯାଉଛି। ଠିକ୍ ସେହିପରି ଇଭି ଚାର୍ଜିଂ ଷ୍ଟେସନ କମ ରହିଛି। କିନ୍ତୁ ବର୍ତ୍ତମାନ ଦିଲ୍ଲୀବାସୀଙ୍କୁ ଏହି ସମସ୍ୟାରୁ କିଛି ମାତ୍ରାରେ ଆଶ୍ବସ୍ତି ମିଳିଛି । ୨୫ ଇଭି ଚାର୍ଜିଂ ଷ୍ଟେସନ ଆଉ ସ୍ବାପିଂ ଷ୍ଟେସନର ସାହାଯ୍ୟରେ ଲୋକମାନେ ଇଲେକ୍ଟ୍ରୋନିକ ଗାଡ଼ିର ସୁବିଧା ପାଇପାରିବେ ।