ନୂଆଦିଲ୍ଲୀ,୦୭/୧୨: ରାଜଧାନୀରେ ଅଘଟଣ । ରାଜରାସ୍ତାରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଆଜି ସକାଳେ ସେ ମର୍ଣ୍ଣିଓ୍ବାକ୍ କରିବା ସମୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ବ୍ୟବସାୟୀଙ୍କ ନାମ ସୁନିଲ ବୋଲି ଜଣାପଡିଛି। ତେବେ ଦିଲ୍ଲୀର ଶାହଦାରରେ ଥିବା ବିଶ୍ବାସ ନଗରରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ସେପଟେ ପୋଲିସ ଘଟଣାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ସୂଚନା ମୁତାବକ, ଆଜି ସକାଳେ ବ୍ୟବସାୟୀ ସୁନିଲ ଯମୁନା ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ମର୍ଣ୍ଣଓ୍ବାକ ସାରି ସ୍କୁଟି ଘରକୁ ଫେରୁଥିଲେ । ସେହି ସମୟରେ ବାଇକ ଦୁର୍ବୁତ୍ତ ଜଣକ ଆସି ତାଙ୍କ ଉପରକୁ ୬ ରୁ ୭ଥର ଗୁଳି କରିଥିଲା । ଫଳରେ ସେଠାରେ ସେ ତଳେ ପଡିଯାଇଥିବା ବେଳେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କ ମୃତ ଘୋଷଣା କରିଥିଲେ । ସେପଟେ ପୋଲିସ ଘଟଣାକୁ ନେଇ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ପୋଲିସ ସିସିଟିଭି ଯାଞ୍ଚ କରି ଅଭିଯୁକ୍ତ ଖୋଜୁଥିବା ଜଣାପଡିଛି । ଏହି ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବିଜେପିକୁ କରିଛନ୍ତି ଟାର୍ଗେଟ୍ । ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, 'ବିଜେପି ଦ୍ବାରା ଏବେ ଦିଲ୍ଲୀରେ ଆଇନ ଶୃଙ୍ଖଳା ରକ୍ଷା କରାଯାଇପାରୁନି । ଏଥିପାଇଁ ଦିଲ୍ଲୀବାସୀଙ୍କୁ ଏକାଠି ହୋଇ ମୁହଁ ଖୋଲିବାକୁ ପଡ଼ିବ।'