ନୂଆଦିଲ୍ଲୀ,୨୯/୦୫; ଦେଶରେ ହଇଚଇ ସୃଷ୍ଟି କରିଥିବା କକ୍ରୋଚ୍ ଜନତା ପାର୍ଟିକୁ ବଡ଼ ଝଟକା ଲାଗିଛି । କୋର୍ଟ ଅଭିଜିତ୍ ଦିପକେଙ୍କ ନେତୃତ୍ୱାଧୀନ କକ୍ରୋଚ୍ ଜନତା ପାର୍ଟି (CJP)ର ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ତୁରନ୍ତ ପୁନରୁଦ୍ଧାର କରିବାକୁ ନିର୍ଦ୍ଦେଶ ଦେବାକୁ ମନା କରିଛନ୍ତି ହାଇକୋର୍ଟ । ଜଷ୍ଟିସ୍ ପୁରୁଷେନ୍ଦ୍ର କୁମାର କୌରବ ଡିପକେଙ୍କ ଆବେଦନର ଶୁଣାଣି କରିଥିଲେ । କୋର୍ଟ CJPଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ ହୋଇଥିବା କିଛି ବିଷୟବସ୍ତୁକୁ "ଆପତ୍ତିଜନକ" ଜାଣିବାକୁ ପାଇଥିଲେ । ପ୍ରତିଷ୍ଠାତା ଦୀପକଙ୍କ ଆବେଦନକୁ ଯାଚିକାର ଶୁଣାଣି କରିଥିଲେ । ଏକ୍ସ ଆକାଉଣ୍ଟ ସ୍ୱାଭାବିକ୍ ହେବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି  । କୋର୍ଟ କହିଛନ୍ତି ଯେ, ଏହି ମାମଲାର ସମସ୍ତ ଦିଗକୁ ବିଚାର କରିବାକୁ ପଡିବ ଏବଂ ସରକାର ଏବଂ ମଞ୍ଚର ଯୁକ୍ତି ଶୁଣିବା ପରେ ହିଁ ଏକ ନିର୍ଦ୍ଦେଶ ଜାରି କରାଯିବ । ସିଜେପି ଏକ୍ସ ଆକାଉଣ୍ଟ ବ୍ୟାନ୍ ହେବା ପରେ ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଏହି ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ପିଟିସନର ଶୁଣାଣି କରି ଖଣ୍ଡପୀଠ ଅଭିଜିତ୍ ଦୀପକେଙ୍କୁ କୌଣସି ଅଶ୍ୱସ୍ତି ଦେବାକୁ ମନା କରିଦେଇଥିଲେ । ଖଣ୍ଡପୀଠ କହିଛନ୍ତି ଯେ, ମାମଲା ଉପରେ ସମ୍ପୂର୍ଣ୍ଣ ବିଚାର ଆବଶ୍ୟକ । କେନ୍ଦ୍ର ସରକାର ଏବଂ ଏକ୍ସଙ୍କ ଯୁକ୍ତି ଶୁଣିବା ପରେ ହିଁ କୌଣସି ନିର୍ଦ୍ଦେଶ ଦିଆଯିବ । ଅଭିଜିତ୍ ଦୀପକେଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ଅଖିଳ ସିବଲ ହାଇକୋର୍ଟଙ୍କ ଏକ୍ସ ଆକାଉଣ୍ଟକୁ ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ । ଓକିଲ କହିଥିଲେ ଯେ, କଥିତ ଆପତ୍ତିଜନ ପୋଷ୍ଟଗୁଡିକୁ ନିଶ୍ଚିତ ଭାବରେ, ଅସ୍ଥାୟୀ ଭାବରେ ଅବରୋଧ କରାଯିବା ଉଚିତ୍ । ସିବଲ ଯୁକ୍ତି ଦେଇଥିଲେ ଯେ ପୂର୍ବରୁ ୫ଟି ସମାନ ମାମଲାରେ ସମାନ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ପ୍ରଦାନ କରାଯାଇଥିଲା । କୋର୍ଟ କେନ୍ଦ୍ର ଏବଂ ଏକ୍ସକୁ ଏକ ବିସ୍ତୁତ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ କହିଥିଲେ । ହାଇକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣିକୁ ଜୁଲାଇ ୬ ପର୍ଯ୍ୟନ୍ତ ସ୍ଥଗତି ରଖିଛନ୍ତି । କୋର୍ଟ ଦୀପକଙ୍କୁ କେନ୍ଦ୍ରୀୟ ସମୀକ୍ଷା କମିଟି ସମ୍ମୁଖରେ ତାଙ୍କର ପକ୍ଷ ଉପସ୍ଥାପନ କରିବାକୁ ସୁଯୋଗ ଦେଇଛନ୍ତି, ଯାହା ଅବରୋଧ ଆଦେଶ ଯାଞ୍ଚ କରେ । କୋର୍ଟ ସମୀକ୍ଷା କମିଟିକୁ ଆକାଉଣ୍ଟ ଅବରୋଧ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ଏବଂ ପରବର୍ତ୍ତୀ ଶୁଣାଣିରେ ଏହା ଜଣାଇବାକୁ କହିଛନ୍ତି ।

ଏହା ବି ପଢନ୍ତୁ...ଦେଶରେ ପ୍ରଚଳନ ହେବ ପ୍ଲାଷ୍ଟିକ୍ ନୋଟ୍ ! ଚିରିବନି କି ନଷ୍ଟ ହେବନି, RBIର ପାଇଲଟ୍ ପ୍ରୋଜେକ୍ଟ   

 

ସାରା ଦେଶରେ ବେଶ୍ ଚର୍ଚ୍ଚାରେ ଥିବା ଡିଜିଟାଲ ସଙ୍ଗଠନ କକ୍ରୋଚ ଜନତା ପାର୍ଟି (ସିଜେପି)ର ଏକ୍ସ ଆକାଉଣ୍ଟ ବ୍ଲକ୍ କରିଦିଆଯାଇଛି । ‘ଲିଗାଲ ଡିମାଣ୍ଡ’ ଯୋଗୁ ଏକ୍ସ ଏହି ଆକାଉଣ୍ଟକୁ ଭାରତରେ ବ୍ୟାନ୍ କରିଛି । କୌଣସି ଅଧିକୃତ ସଂସ୍ଥାଠାରୁ ଆଇନଗତ ଭାବେ ନିବେଦନ ଗ୍ରହଣ କରାଗଲେ ଏଭଳି ପଦକ୍ଷେପ ନିଆଯାଇଥାଏ ବୋଲି ଏକ୍ସ ପକ୍ଷରୁ କୁହାଯାଇଛି । ବ୍ଲକ୍ ହେବାର କିଛି ସମୟ ପରେ କକ୍ରୋଚ ପାର୍ଟି ଆଉ ଏକ ନୂଆ ଆକାଉଣ୍ଟ ବନାଇଇଥିଲା । ଏହାର ନାଁ ରଖିଥିଲା ‘କକ୍ରୋଚ ଇଜ୍ ବ୍ୟାକ୍’ । ଏହାର ବାୟୋରେ ଲେଖାଯାଇଛି ‘କକ୍ରୋଚ ଡୋଣ୍ଟ୍ ଡାଏ’ । ଅର୍ଥାତ କକ୍ରୋଚ ମରନ୍ତିନି । ସିଜେଆଇ ସୂର୍ଯ୍ୟକାନ୍ତଙ୍କ ‘କକ୍ରୋଚ’ ବୟାନ ବିରୋଧରେ ବନିଥିବା ଏହି ପାର୍ଟି ରାତାରାତି ଲୋକପ୍ରିୟତା ହାସଲ କରିଥିଲା । ସୋସିଆଲ ମିଡିଆ ଖୋଲିଲେ କେବଳ କକ୍ରୋଚ୍ କକ୍ରୋଚ୍ ଆଉ କକ୍ରୋଚ୍ ।