ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପାଟ୍‌ କମିନ୍ସଙ୍କ ଆଗରେ ଆଣ୍ଠେଇଲା ଦିଲ୍ଲୀ, ମାତ୍ର ୧୩୩ ରନ୍‌ କଲା ଦଳ

Published By : Tapas Panda | May 5, 2025 9:34 PM

Image Courtesy: espncricinfo

ହାଇଦ୍ରାବାଦ: ଦିଲ୍ଲୀ କ୍ୟାପିଟାଲ୍ସ, ସନରାଇଜର୍ସ ହାଇଦ୍ରାବାଦକୁ ୧୩୪ ରନ ଟାର୍ଗେଟ ଦେଇଛି । ହାଇଦ୍ରାବାଦ ପାଇଁ ଅଧିନାୟକ ପାଟ୍ କମିନ୍ସ ଚମତ୍କାର ବୋଲିଂ କରିଛନ୍ତି । ସେ ୪ ଓଭରରେ ୧୯ ରନ ଦେଇ ୩ ୱିକେଟ୍ ନେଇଛନ୍ତି । ଜୟଦେବ ଉନାଦକଟ, ହର୍ଷଲ ପଟେଲ ଏବଂ ଇଶାନ ମାଲିଙ୍ଗା ଗୋଟିଏ ଲେଖାଏଁ ସଫଳତା ପାଇଛନ୍ତି । ଫଳରେ ଦିଲ୍ଲୀ ୨୦ ଓଭରରେ ୭ ୱିକେଟ ହରାଇ ୧୩୩ ରନରେ ସୀମିତ ରହିଛି । ଦିଲ୍ଲୀ ପକ୍ଷରୁ ଆଶୁତୋଷ ଶର୍ମା ଏବଂ ଟ୍ରିଷ୍ଟାନ ଷ୍ଟବସ୍ ୪୧-୪୧ ରନ୍ କରିଛନ୍ତି ।

ଦିଲ୍ଲୀ ଦଳ ଗତ ଚାରିଟି ମ୍ୟାଚରୁ ତିନୋଟିରେ ପରାସ୍ତ ହୋଇଛି । ବର୍ତ୍ତମାନ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି ଡିସି । ପ୍ଲେଅଫରେ ପ୍ରବେଶ କରିବା ପାଇଁ ଦଳକୁ ବାକି ମ୍ୟାଚ୍ ଜିତିବାକୁ ପଡିବ। ସନରାଇଜର୍ସ ହାଇଦ୍ରାବାଦର ଅବସ୍ଥା ଆହୁରି ଖରାପ । ଦଳ ପଏଣ୍ଟ ଟେବୁଲରେ ନବମ ସ୍ଥାନରେ ଅଛି । ଯଦି SRH ଆଜିର ମ୍ୟାଚ୍ ହାରିଯାଏ, ତେବେ ଦଳ IPL 2025ର ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିବ ।

ଆଜି ସନରାଇଜର୍ସ ହାଇଦ୍ରାବାଦ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦିଲ୍ଲୀ ରନ୍‌ ଠାରୁ ଅଧିକ ଓ୍ବିକେଟ ହରାଇଥିଲା । ଖାତା ନଖୋଲି ପାଭିଲିୟନ ଫେରିଥିଲେ କରୁଣ ନାୟର । ତାଙ୍କ ପରେ ଦଳୀୟ ସ୍କୋର ୬ ରନ୍‌ ବେଳକୁ ଆଉଟ୍‌ ହୋଇଥିଲେ ଫଫ୍‌ ଡୁପ୍ଲେସିସ୍‌ । ତାଙ୍କ ପରେ ଅଭିଷେକ ପୋରେଲ୍‌ ମାତ୍ର ୮ ରନ୍‌ କରି ଆଉଟ ହୋଇଥିଲେ । ଏହି ୩ ବ୍ୟାଟରଙ୍କୁ ଓ୍ବିକେଟ କିପର ଇଶାନ କିଶନଙ୍କ ହାତରେ କ୍ୟାଚ୍‌ ଆଉଟ୍‌ କରାଇଥିଲେ ପାଟ କମିନ୍ସ । 

ପରେ ପରେ ଦଳର ଅଧିନାୟକ ଅକ୍ଷର ପଟେଲ ଏବଂ କେଏଲ ରାହୁଲ ଆଉଟ ହୋଇଥିଲେ । ଦଳର ସ୍କୋର ୨୯ ରନ୍‌ ବେଳକୁ ୫ ଓ୍ବିକେଟ ହରାଇ ସାରିଥିଲା ଦିଲ୍ଲୀ । ଏମିତି ଲାଗୁଥିଲା ଦିଲ୍ଲୀ ୧୦୦ ରନ୍‌ କରିବା ମୁସକିଲ ହେବ । ଶେଷ ଆଡ଼କୁ ଟ୍ରିଷ୍ଟାନ ଷ୍ଟବସ୍‌ ଏବଂ ଇମ୍ପାକ୍ଟ ପ୍ଲେୟାର ଆଶୁତୋଷ ଶର୍ମା ମୋର୍ଚ୍ଚା ସମ୍ଭାଳିଥିଲେ ଏବଂ ଦଳର ସ୍କୋରକୁ ୧୩୩  ରନ୍‌ରେ ପହଞ୍ଚାଇଥିଲେ । ୧୯.୪ ଓଭରରେ ଶର୍ମା ଆଉଟ୍‌ ହୋଇଥିଲେ ।  ପରେ ମିଚେଲ ଷ୍ଟାର୍କ ଅପରାଜିତ ୧ ରନ୍‌ କରିଥିଲେ । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.