ପ୍ରମୂଖ ଖବର
  • ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜିଏସଟି ଆସିଷ୍ଟାଣ୍ଡ କମିଶନର
  • ||
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା, ପ୍ରକାଶ ପାଇଲା ୧୦ଜଣ ସଦସ୍ୟଙ୍କ ନାଁ
  • ||
  • ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ଟଙ୍କା-ମୋବାଇଲ ଫୋନ ଜବତ, ୭ ଜୁଆଡ଼ି ଗିରଫ
  • ||
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ମହଙ୍ଗା ହେଲା ଦିଲ୍ଲୀ ମେଟ୍ରୋ ଭଡ଼ା; ସବୁଠାରୁ ଦୂର ଯାତ୍ରା ପାଇଁ ପଡ଼ିବ ୬୪ ଟଙ୍କା

Published By : Swapna Ray | August 25, 2025 8:53 AM

ନୂଆଦିଲ୍ଲୀ, ୨୫।୮: ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ୮ ବର୍ଷ ପରେ ମେଟ୍ରୋର ଭଡ଼ା ବୃଦ୍ଧି କରିଛି । ୨୫ ଅଗଷ୍ଟରୁ ଏହି ନିୟମ ଲାଗୁ ହେବା ନେଇ ଡିଏମ୍‌ଆରସି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛି । ନୂଆ ନିୟମ ଅନୁଯାୟୀ, ଭଡ଼ା ୧ ଟଙ୍କାରୁ ୪ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅନ୍ୟପଟେ ଏୟାରପୋର୍ଟ ଏକ୍ସପ୍ରେସ ଲାଇନରେ ଏହି ବୃଦ୍ଧି ୧ ଟଙ୍କାରୁ ୫ ଟଙ୍କା ମଧ୍ୟରେ ଅଛି । ଭଡ଼ା ପରିବର୍ତ୍ତନ ପରେ, ଦିଲ୍ଲୀ ମେଟ୍ରୋର ସର୍ବନିମ୍ନ ଭଡ଼ା ଏବେ ୧୧ ଟଙ୍କା ହୋଇଥିବା ବେଳେ ସର୍ବାଧିକ ୬୪ ଟଙ୍କା ସ୍ଥିର କରାଯାଇଛି । ନୂଆ ଭଡ଼ା ନିୟମ ଅନୁଯାୟୀ, ସାଧାରଣ ଦିନଗୁଡ଼ିକରେ ୨ କିମି ଯାତ୍ରା ପାଇଁ ୧୦-୧୧ ଟଙ୍କା ଭଡ଼ା, ୨-୫ କିମି ଯାତ୍ରା ପାଇଁ ୨୦-୨୫ ଟଙ୍କା ଭଡ଼ା, ୫ରୁ ୧୨ କିମି ଯାତ୍ରା ପାଇଁ ୩୦-୩୨ ଟଙ୍କା ଭଡ଼ା, ୧୨ରୁ ୨୧ କିମି ଯାତ୍ରା ପାଇଁ ୪୦-୪୩ ଟଙ୍କା, ୨୧ରୁ ୩୨ କିମି ଯାତ୍ରା ପାଇଁ ୫୦-୫୪ ଟଙ୍କା ଭଡ଼ା ଏବଂ ୩୨ରୁ ଅଧିକ କିମି ଯାତ୍ରା ପାଇଁ ଭଡ଼ା ୬୦-୬୪ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଛୁଟି ଦିନର ଭଡ଼ାରେ ବୃଦ୍ଧି: 

ବର୍ଦ୍ଧିତ ଭଡ଼ାର ନୂତନ ସଂଶୋଧିତ ହାର ଜାତୀୟ ଛୁଟିଦିନ ଏବଂ ରବିବାରରେ ମଧ୍ୟ ଲାଗୁ ହେବ । ଯେଉଁଥିରେ ୧-୨ କିମି ଯାତ୍ରା ପାଇଁ ଭଡ଼ା ୧୦ ଟଙ୍କା ପରିବର୍ତ୍ତେ ୧୧ ଟଙ୍କା ହେବ, ୨ରୁ ୫ କିମି ଯାତ୍ରା ପାଇଁ ମଧ୍ୟ ଭଡ଼ା ୧୧ ଟଙ୍କା ହେବ । ସେହପରି ୫-୧୦ କିମି ଯାତ୍ରା ପାଇଁ ଭଡ଼ା ୨୦-୨୧ ଟଙ୍କା, ୧୨ରୁ ୨୧ କିମି ଯାତ୍ରା ପାଇଁ ଭଡ଼ା ୩୦-୩୨ ଟଙ୍କା, ୨୧ରୁ ୩୨ କିମି ଯାତ୍ରା ପାଇଁ ୪୦-୪୩ ଟଙ୍କା ଏବେ ୩୨ କିମିରୁ ଅଧିକ ଦୂରତା ପାଇଁ ଭଡ଼ା ୫୪ ଟଙ୍କା ହେବ । କହିରଖୁ କି, ଭଡ଼ା ବୃଦ୍ଧି ପରେ ମଧ୍ୟ ସ୍ମାର୍ଟ କାର୍ଡ ବ୍ୟବହାର କରୁଥିବା ଯାତ୍ରୀମାନେ ପ୍ରତ୍ୟେକ ଯାତ୍ରାରେ ୧୦ ପ୍ରତିଶତ ରିହାତି ପାଇବେ ଏବଂ ଅଫ-ପିକ୍ ଆୱାରରେ (ସକାଳ ୮ଟା ପୂର୍ବରୁ, ମଧ୍ୟାହ୍ନ ୧୨ଟାରୁ ୫ଟା ମଧ୍ୟରେ ଏବଂ ରାତି ୯ଟା ପରେ) ଅତିରିକ୍ତ ୧୦ ପ୍ରତିଶତ ରିହାତି ପାଇବେ । 

ଦେଶର ସବୁଠାରୁ ଲମ୍ବା ମେଟ୍ରୋ ନେଟୱାର୍କ:

କହିରଖୁ କି, ଦିଲ୍ଲୀ ମେଟ୍ରୋଦେଶର ସବୁଠାରୁ ଲମ୍ବା ମେଟ୍ରୋ ନେଟୱାର୍କ । ମୋଟ୍ ୩୯୪ କିଲୋମିଟର ଲମ୍ବ ସହିତ, ଦିଲ୍ଲୀ ମେଟ୍ରୋ (DMRC) ୧୨ଟି କରିଡରରେ ଅର୍ଥାତ୍ ନୋଏଡା ମେଟ୍ରୋ ଆକ୍ୱା ଲାଇନ୍ ଏବଂ ରାପିଡ୍ ମେଟ୍ରୋ ଗୁରୁଗ୍ରାମ ସମେତ ୨୮୯ଟି ଷ୍ଟେସନକୁ କଭର୍ କରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.