ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଦିଲ୍ଲୀର ନୂଆ ଭାଗ୍ୟ 'ରେଖା'; ୨୭ ବର୍ଷ ପରେ ବିଜେପିର ରେଖା ଗୁପ୍ତା ଧରିବେ ଦିଲ୍ଲୀ ଶାସନର ମଙ୍ଗ

Published By : Soubhagya Ranjan | February 19, 2025 8:34 PM

Image source: tv9

ନୂଆଦିଲ୍ଲୀ,୧୯/୦୨: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇଛି। ଶାଲିମାର ବାଗ୍‌ରୁ ବିଧାୟକ ଥିବା ରେଖା ଗୁପ୍ତା ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଦଳର ଉଭୟ ପର୍ଯ୍ୟବେକ୍ଷକ ରବି ଶଙ୍କର ପ୍ରସାଦ ଏବଂ ଓମ୍ ପ୍ରକାଶ ଧନଖଡ଼, ବିଧାୟକମାନଙ୍କ ସହ ଜଣକ ପରେ ଜଣେ କଥା ହୋଇଥିଲେ ଏବଂ ତା’ପରେ ରେଖା ଗୁପ୍ତାଙ୍କ ନାଁ ଘୋଷଣା କରିଥିଲେ। ୨୭ ବର୍ଷ ପରେ ବିଜେପି ଜାତୀୟ ରାଜଧାନୀର କ୍ଷମତା ହାତେଇଛି। ଦୀର୍ଘ ଦିନର ସସ୍‌ପେନ୍ସ ପରେ ବୁଧବାର ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାଁକୁ ଅନୁମୋଦନ କରାଯାଇଥିଲା। ଶାଲିମାର ବାଗର ବିଧାୟକ ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଦିଆଯାଇଛି। ଏହା ବିଜେପି ପାଇଁ ଏକ ଐତିହାସିକ ମୁହୂର୍ତ୍ତ କାରଣ ଦଳ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିଛି।

ବୈଠକରେ ଦଳର ବରିଷ୍ଠ ନେତା ରବି ଶଙ୍କର ପ୍ରସାଦ ଏବଂ ଓମ ପ୍ରକାଶ ଧନଖଡ଼ ବିଧାୟକମାନଙ୍କ ସହ ଜଣକ ପରେ ଜଣେ କଥା ହୋଇଥିଲେ ଏବଂ ସମସ୍ତଙ୍କ ମତାମତ ନେବା ପରେ ରେଖା ଗୁପ୍ତାଙ୍କ ନାଁ ଘୋଷଣା କରାଯାଇଥିଲା। ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକଙ୍କ ନାଁ ଖବରରେ ଥିଲା, କିନ୍ତୁ ରେଖା ଗୁପ୍ତା ସମସ୍ତଙ୍କୁ ପଛରେ ପକାଇ ଦୌଡ଼ରେ ବିଜୟୀ ହୋଇଥିଲେ। ତାଙ୍କ ନାଁ ଘୋଷଣା ହେବା ସହିତ, ଦଳୀୟ କାର୍ଯ୍ୟାଳୟର ଏକ ଉତ୍ସବର ପରିବେଶ ସୃଷ୍ଟି ହୋଇଥିଲା ଏବଂ ସମର୍ଥକମାନେ ବହୁତ ଆନନ୍ଦର ସହିତ ଉତ୍ସବ ପାଳନ କରିଥିଲେ।

ଅବଶ୍ୟ ଏବେ ରେଖାଗୁପ୍ତାଙ୍କ ଶପଥ ଗ୍ରହଣ ସମାରୋହକୁ ନେଇ ପ୍ରସ୍ତୁତି ଜୋରସୋରରେ ଲାଗି ରହିଛି। ଗୁରୁବାର ସକାଳ ୧୧ଟା ପରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ, ଯେଉଁଥିରେ ୨୦ ରୁ ୩୦ ହଜାର ଲୋକଙ୍କୁ ଆମନ୍ତ୍ରଣ କରାଯାଇଛି। ଏହି ସମାରୋହରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ନିବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ଦିଲ୍ଲୀ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଦେବିନ୍ଦର ଯାଦବଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି। ଏହା ବ୍ୟତିତ ବିଜେପିର ପ୍ରମୁଖ ନେତା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଏହି ଶପଥଗ୍ରହଣ ସମାରୋହରେ ସାମିଲ ହେବେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.