ଭଦ୍ରକ,୧୪/୧୨; ଦିଲ୍ଲୀ ପୁଲିସ ଦୁଇ ଯୁବକଙ୍କୁ ଗିରଫ ଘଟଣାରେ ଟ୍ୱିଷ୍ଟ ଆସିଛି । ଭଦ୍ରକ ଏସପି ମନୋଜ ରାଉତଙ୍କ ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଦିଲ୍ଲୀ କାର ବ୍ଲାଷ୍ଟ ମାମଲା ସହ ସହ କୌଣସି ସମ୍ପର୍କ ନାହିଁ । ଅନଲାଇନ୍ ଜାଲିଆତି ମାମଲାରେ ୨ ଜଣ ଗିରଫ ହୋଇଛନ୍ତି । ଡିଜିଟାଲ ଅରେଷ୍ଟ ମାମଲାରେ ବ୍ୟବହାର ମୋବାଇଲ୍ ନମ୍ୱର୍ ଏହି ଠାରୁ ଯାଇଥିଲା । ଦିଲ୍ଲୀ ବ୍ଲାଷ୍ଟ୍ ସହ କୌଣସି ସଂପୃକ୍ତି ନାହିଁ । ଦିଲ୍ଲୀ ପୁଲିସ ଭଦ୍ରକ ପୋଲିସକୁ ସ୍ପଷ୍ଟ ତଥ୍ୟ ଦେଇଥିବା କହିଛନ୍ତି ଏସପି ମନୋଜ ରାଉତ ।
ବେଆଇନ ସିମ୍ ଏବଂ ନକଲି ଫୋନ୍ ବିକ୍ରି ଅଭିଯୋଗରେ ଭଦ୍ରକ ଭଣ୍ଡାରିପୋଖରୀର ମୋବାଇଲ୍ ଦୋକାନୀ ସନ୍ତୋଷ ଖଣ୍ଡାଇକୁ ଦିଲ୍ଲୀ ପୁଲିସ୍ ଗିରଫ କରିଛି । ବଅନ୍ତ ଅଞ୍ଚଳର ମହେଶ୍ୱର ଖୁଣ୍ଟିଆଙ୍କୁ ବି ଉଠାଇନେଲା ଦିଲ୍ଲୀ ପୁଲିସ୍ । ମଞ୍ଜୁରୀ ରୋଡ଼ ବଜାର ମୋବାଇଲ ଦୋକାନରେ ଚାଲିଥିଲା ବିକ୍ରି । ଭଣ୍ଡାରିପୋଖରୀ ପୁଲିସ୍ ସହାୟତାରେ ଦିଲ୍ଲୀ ପୁଲିସ୍ ସନ୍ତୋଷଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା । ସେ ନକଲି ମୋବାଇଲ ଓ ସିମ୍ ବିକ୍ରି କରୁଥିବା ଜଣା ପଡିଥିଲା । ସନ୍ତୋଷ ଏବଂ ମହେଶ୍ୱରଙ୍କୁ ଭଦ୍ରକ କୋର୍ଟର ଟ୍ରାଜିଣ୍ଟ ରିମାଣ୍ଡରେ ଦିଲ୍ଲୀ ନିଆଯାଇଥିବା ଜଣାପଡିଛି । ଦୁହେଁ ମିଶି ନୂଆ ସିମ୍ କାର୍ଡ କିଣିବାକୁ ଆସୁଥିବା ଗ୍ରାହକଙ୍କର ଆଧାର କାର୍ଡ ଉପଯୋଗ କରି ଅଜଣାତରେ ଏକକାଳୀନ ବହୁ ସିମକୁ ଆକ୍ଟିଭ କରୁଥିବା ଜଣାପଡିଛି ।
ଗ୍ରାହକଙ୍କୁ ଗୋଟିଏ ସିମକାର୍ଡ ଦେଉଥିଲେ । ଆକ୍ଟିଭ ହୋଇଥିବା ଅନ୍ୟ ସିମକାର୍ଡକୁ ଉଚ୍ଚାଦରରେ ବେନାମୀ ଲୋକଙ୍କୁ ବିକ୍ରି କରୁଥିଲେ । ଏହି ସିମକାର୍ଡଗୁଡିକ ଅପରାଧିକ କାର୍ଯ୍ୟରେ ବ୍ୟବହାର ହେଉଥିଲା । ଦିଲ୍ଲୀ ସାହିନବାଗ ଥାନାରେ ରୁଜୁ ହୋଇଥିଲା ମାମଲାରେ ଅଭିଯୁକ୍ତଙ୍କଠାରୁ ବେଆଇନ ସିମକାର୍ଡ ଜବତ ହେବା ପରେ ସନ୍ତୋଷ ସ୍କାନରକୁ ଆସିଥିଲା ।