ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସର ଅଫିସିଆଲି ଏକ୍ସ ଆକାଉଣ୍ଟ ହ୍ୟାକ୍‌। ସର୍ବଦା ସୋସିଆଲ ମିଡ଼ିଆରେ ଆକ୍ଟିଭ୍‌ ରହୁଥିବା ଦିଲ୍ଲୀ ପୋଲିସର ଏକ୍ସ ଆକାଉଣ୍ଟ ମଙ୍ଗଳବାର ରାତିରେ ହ୍ୟାକ୍‌ କରି ଦିଆ ଯାଇଛି। ଅଜଣା ହ୍ୟାକର ଏକ୍ସ ଆକାଉଣ୍ଟକୁ ଡିପି ବଦଳାଇବା ସହ ବାୟୋ ଡିଟେଲ୍ସକୁ ମଧ୍ୟ ବଦଳାଇ ଦେଇଛି। 

ଖାଲି ଏତିକି ନୁହେଁ , କଭର ଫଟୋକୁ ବଦଳାଇ ହ୍ୟାକର ମ୍ୟାଜିକ ଏଡେନର ଫଟୋ ଲଗାଇ ଦେଇଛି , ଏହା,ସହ ଲିଙ୍କରେ linktr.ee/magiceden ହାଇପରଲିଙ୍କ କରି ଦେଇଛି। 

ବର୍ତ୍ତମାନ ଦିଲ୍ଲୀ ପୋଲିସର ଆକାଉଣ୍ଟରେ ଏବେ ଡିପି (ଡିସପ୍ଲେ ପିକଚର) ଓ କଭର ଫଟୋକୁ ରିମୁଭ କରିଦିଆ ଯାଇଛି ଏବଂ ଅନ୍ୟ ଜିନିଷ ସବୁ ସାଧାରଣ ନଜର ଆସୁଛି। ଏବେ ପ୍ରଶ୍ନ ଉଠୁଛି କି , କେଉଁ ହ୍ୟାକର ଦିଲ୍ଲୀ ପୋଲିସର ଏକ୍ସ ଆକାଉଣ୍ଟକୁ ହ୍ୟାକ୍‌ କରିଛି।

କହି ରଖୁଛୁ କି, ଦିଲ୍ଲୀ ପୋଲିସର ଅଫିସିଆଲି ଏକ୍ସ ହ୍ୟାଣ୍ଡଲ କିଛି ସମୟ ପାଇଁ ହ୍ୟାକ୍‌ ହୋଇ ଯାଇ ଥିଲା , କିନ୍ତୁ ଏବେ ଏହାକୁ ସଫଳତାପୂର୍ବକ ରିକଭର କରାଯାଇ ପାରିଛି। ଉକ୍ତ ଘଟଣାରେ ପୋଲିସ ବିଭାଗରେ ଆତଙ୍କ ଖେଳି ଯାଇଛି। ଆଗାମୀ ଯାଞ୍ଚ ଜାରି ରହିଛି।