ନୂଆଦିଲ୍ଲୀ,୧୫।୧୦: ସହରରେ ଟ୍ରାଫିକ୍ ଉଲ୍ଲଂଘନ ଏବଂ ସଡକ ସୁରକ୍ଷାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଦିଲ୍ଲୀ ସରକାର ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଆଧାରିତ ବ୍ୟବସ୍ଥା ସ୍ଥାପନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଇଣ୍ଟେଲିଜେଣ୍ଟ୍ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ଆଇଟିଏମ୍ଏସ୍) ପାଇଁ ଏକ ଟେଣ୍ଡର ଜାରି କରାଯାଇଛି, ଯାହା ଏଆଇ ଏବଂ ଡିପ୍ ଲର୍ନିଂ ଟେକ୍ନୋଲୋଜି ବ୍ୟବହାର କରି ଅଟୋମେଟିକ୍ ନମ୍ବର ପ୍ଲେଟ୍ ରିକଗନେସନ୍ ଭାଓଲେସନ୍ ଡିଟେକ୍ସନ ସିଷ୍ଟମ ସହ କାମ କରିବ।
ଦିଲ୍ଲୀର ପ୍ରାୟ ୫୦୦ ପ୍ରମୁଖ ରୁଟରେ ଏହି ସିଷ୍ଟମ ସ୍ଥାପନ କରାଯିବ, ଯାହା ମାଧ୍ୟମରେ ANPR ଚିହ୍ନଟ ହେବ ଏବଂ ଆବଶ୍ୟକତା ଅନୁଯାୟୀ ଆଗକୁ କାର୍ଯ୍ୟକାରୀ ହେବ। ଏହି ସିଷ୍ଟମ୍ ମାଧ୍ୟମରେ, ଟ୍ରାଫିକ୍ ଉଲ୍ଲଂଘନର ରିୟଲ ଟାଇମ୍ ଉପରେ ନଜର ରଖାଯିବ ଏବଂ AI ବ୍ୟବହାର କରି ଡାଟା ବିଶ୍ଳେଷଣ କରିବ ଏବଂ ଟ୍ରାଫିକ୍ ପରିଚାଳନା ପାଇଁ ଆବଶ୍ୟକ ସୂଚନା ହାସଲ କରିବ। ଏହି ସିଷ୍ଟମ ମାଧ୍ୟମରେ, ସ୍ପିଡ୍ ଲିମିଟ ଭାଓଲେସନ୍, ରେଡ୍ ଲାଇଟ୍ ଭାଓଲେସନ୍, ଏବଂ ଗାଡି ଚଳାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ଭଳି ଘଟଣା ଉପରେ ନଜର ରଖାଯିବ। ଏଗୁଡିକ ବ୍ୟତୀତ, AI ଆଧାରିତ ସିଷ୍ଟମରୁ ସିଟ୍ ବେଲ୍ଟ ଏବଂ ହେଲମେଟ ପରି ସୁରକ୍ଷା ନିୟମ ଉପରେ ମଧ୍ୟ ଧ୍ୟାନ ଦେଇହେବ ଏବଂ ଓଭରଲୋଡ୍ ଯାନଗୁଡିକ ଚିହ୍ନଟ କରାଯାଇପାରିବ ।
ଏହାବ୍ୟତୀତ ITMS (Intelligent Traffic Management System) ଗାଡ଼ି ଶୃଙ୍ଖଳା ଅନୁସରଣ କରୁନଥିବା ଯାନଗୁଡିକ ବିଷୟରେ ସୂଚନା କ୍ୟାପଚର କରିବ ଏବଂ ଫୁଟପାଥରେ ଯାଉଥିବା ଦୁଇ ଚକିଆ ଯାନ ଚିହ୍ନଟ ହୋଇପାରିବ। ନକଲି ଲାଇସେନ୍ସ ପ୍ଲେଟ ବ୍ୟବହାର କରୁଥିବା ଯାନଗୁଡିକ ପାଇଁ ମଧ୍ୟ ଆଲର୍ଟ ଜାରି କରିବ। ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଦିଲ୍ଲୀରେ ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବା ଏବଂ ଅପରାଧୀଙ୍କୁ ତୁରନ୍ତ ଦଣ୍ଡ ଦେବା। ସୁରକ୍ଷା ଏବଂ ଆଇନ ପ୍ରଣୟନ ପାଇଁ VAHAN ଏବଂ SARTHI ପରି ବିଭିନ୍ନ ଡାଟାବେସ୍ ସହିତ ଏହି ସିଷ୍ଟମ୍ ଲିଙ୍କ୍ ହୋଇପାରିବ। ସଡକ ସୁରକ୍ଷାକୁ ସୁଦୃଢ କରିବା ଏବଂ ଦୁର୍ଘଟଣା ସଂଖ୍ୟାକୁ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ଲକ୍ଷ୍ୟ ରଖାଯାଇଛି, ଯାହାକି ଜାତୀୟ ରାଜଧାନୀ ଅଞ୍ଚଳରେ ସୁରକ୍ଷିତ ଡ୍ରାଇଭିଂ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।