ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପ୍ରତିଟି ମହିଳାଙ୍କୁ ମାସିକ ମିଳିବ ହଜାର ଟଙ୍କା , ଦିଲ୍ଲୀ କ୍ୟାବିନେଟ୍‌ର ମଞ୍ଜୁରି

Published By : Anindita Ratha | December 12, 2024 1:20 PM

ନୂଆଦିଲ୍ଲୀ,୧୨/୧୨:'ମହିଳା ସମ୍ମାନ ଯୋଜନା'କୁ ଦିଲ୍ଲୀ କ୍ୟାବିନେଟ୍‌ର ମଞ୍ଜୁରି । ଦିଲ୍ଲୀର ପ୍ରତିଟି ମହିଳାଙ୍କୁ ଏଣିକି ପ୍ରତି ମାସ ମିଳିବ ୧୦୦୦ ଟଙ୍କା । ଆଜି ସକାଳେ ହୋଇଥିବା ଦିଲ୍ଲୀ କ୍ୟାବିନେଟ୍ ବୈଠକରେ ଏହି ଯୋଜନାର ମଞ୍ଜୁରି ମିଳିଛି । 

ସୂଚନା ମୁତାବକ, ୨୦୨୪-୨୫ ପାଇଁ ଆତିଶୀ ବିଧାନସଭାରେ ବଜେଟ୍ ଉପସ୍ଥାପନା ସମୟରେ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନାର ଘୋଷଣା କରିଥିଲେ । ଏହି ଯୋଜନାରେ ପ୍ରତିମାସ ୧୮ ବର୍ଷରୁ ଅଧିକ ବୟସର ମହିଳାମାନଙ୍କୁ ୧ ହଜାର ଟଙ୍କା ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଏଥିସହ ୨୦୨୪-୨୫ ରେ ମହିଳାଙ୍କ କଲ୍ୟାଣ ଓ ସଶକ୍ତିକରଣର ଯୋଜନା ପାଇଁ ୨ ହଜାର କୋଟି ଟଙ୍କା ଆବଣ୍ଟନ ପାଇଁ ଘୋଷଣା ହୋଇଥିଲା । ତେବେ ଏହି ଯୋଜନାର ସୁବିଧା ପାଇବା ପାଇଁ ହେଲେ ମହିଳା ଜଣକ ଦିଲ୍ଲୀ ବାସିନ୍ଦା ହୋଇଥିବା ଦରକାର । ଯେଉଁମାନଙ୍କର ଦିଲ୍ଲୀର ଭୋଟର କାର୍ଡ ଥିବ କେବଳ ସେମାନେ ହିଁ ଏହି ଯୋଜନାର ଲାଭ ପାଇପାରିବେ । ଏହା ବ୍ୟତୀତ ଯଦି କୌଣସି ମହିଳା ଇନକମ୍ ଟ୍ୟାକ୍ସ ଦେଉଛନ୍ତି କିମ୍ବା ପୂର୍ବରୁ ଦିଲ୍ଲୀ ସରକାରଙ୍କ ଅନ୍ୟ କୌଣସି ଯୋଜନାର ଲାଭ ଉଠାଉଛନ୍ତି କିମ୍ବା ଜଣେ ସରକାରୀ କର୍ମଚାରୀ ହୋଇଥାନ୍ତି, ତେବେ ସେମାନେ ଏହି ଯୋଜନାରେ ଲାଭ ଉଠେଇପାରିବେ ନାହିଁ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.