ନୂଆଦିଲ୍ଲୀ,୭।୧୦:ଆମେରିକୀୟ ସ୍ପେସ୍ ଆଣ୍ଡ ଡିଫେନ୍ସ କମ୍ପାନୀ ‘ଇନଭର୍ସନ୍’କୁ ବଡ଼ ସଫଳତା। ଆରମ୍ଭ କରିଛି ମହକାଶରୁ ଡେଲିଭରିର ନୂଆ ଯୁଗ। କମ୍ପାନୀର ଦାବି ଅନୁସାରେ, ସ୍ପେସ୍ସିପ୍ ‘ଅର୍କ ମାତ୍ର ଏକ ଘଣ୍ଟାରେ ଦୁନିଆର ଯେ କୌଣସି ସ୍ଥାନକୁ ଜିନିଷ ପଠାଇପାରିବ। ‘ଅର୍କ’ ହେଉଛି ଏକ ଲିଫ୍ଟିଙ୍ଗ ବଡି ଡିଜାଇନ୍ ସ୍ପେସକ୍ରାଫ୍ଟ ।ଏହାକୁ ଲ୍ୟାଣ୍ଡ କରିବାକୁ ରନଓ୍ବେ ମଧ୍ୟ ଦରକାର ପଡିବନି। ଗୋଟିଏ ଥରରେ ଏହି ସ୍ପେସ୍ସିପ୍ ପ୍ରାୟ ୫୦୦ ପାଉଣ୍ଡ ଅର୍ଥାତ ୨୨୫ କିଲୋଗ୍ରାମ୍ ପର୍ଯ୍ୟନ୍ତ ଜିନିଷ ଡେଲିଭରୀ କରିପାରିବ। ଏଥିରେ ମେଡିକାଲ କିଟ୍, ଡ୍ରୋନ୍ ଓ ଅନ୍ୟ ଜରୁରୀ ଜିନିଷ ଡେଲିଭରି କରିହେବ।
‘ଅର୍କ’କୁ ରକେଟରୁ ଲୋ ଆର୍ଥ ଅର୍ବିଟକୁ ପଠାଇ ଯାଇହେବ। ଦରକାର ପଡିଲେ ଗ୍ରାଉଣ୍ଡ କନଟ୍ରୋଲରୁ ସିଗନାଲ ମିଳିବ। ଏହା ଅଟୋମେଟିକ୍ ରି-ଏଣ୍ଟ୍ରି କରି ଡେଲିଭରି କରିବ। ଏହାର ଅର୍ଥ ମହାକାଶକୁ ଯାଇ ପୁଣିଥରେ ପୃଥିବୀର ବାୟୁମଣ୍ଡଳକୁ ଫେରି ଆସିବ। ‘ଅର୍କ’ ଭେଇକିଲ ୮ ଫୁଟ୍ ଲମ୍ବ ଓ ୪ ଫୁଟ୍ ଚଉଡା। ଥରକରେ ୨୨୫ କିଲୋରୁ ଅଧିକ ଜିନିଷ ନେଇପାରେ। ଏହା ୧୦୦୦ କିଲୋମିଟର ଉପରକୁ ମହାକାଶକୁ ଯିବାର କ୍ଷମତା ରହିଛି। ସେଠାରୁ ଭେଇକିଲ୍ ଉଡାଣ ଭରି ଡେଲିଭରି ପଏଣ୍ଟରେ ପହଁଞ୍ଚିବା ପରେ ପୁଣିଥରେ ପୃଥିବୀକୁ ଫେରିଆସିବ। ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ପରାଚୁଟ୍ ସାହାର୍ଯ୍ୟରେ ଲ୍ୟାଣ୍ଡ କରାଯିବ। ଏଥିପାଇଁ ରନଓ୍ବେ ଦରକାର ପଡିନଥାଏ। କ୍ଷେତ କିମ୍ବା ଯେ କୌଣସି ସ୍ଥାନରେ ଏହା ଲ୍ୟାଣ୍ଡ ହୋଇପାରିଥାଏ। ୨୫ ହଜାର କିଲୋମିଟର ପ୍ରତି ଘଣ୍ଟା ବେଗରେ ଉଡାଣ ଭରିବାର ମଧ୍ୟ କ୍ଷମତା ରହିଛି ‘ଅର୍କ’।
ବିଶେଷଜ୍ଞଙ୍କ ମତରେ ସ୍ପେସ୍ ଡେଲିଭରି ଭେଇକିଲର ବ୍ୟବହାର ବିଭିନ୍ନ ପ୍ରକାରରେ ହୋଇପାରିବ। ଯୁଦ୍ଧ ବେଳେ ଖୁବ୍ ଦରକାରୀ ପ୍ରମାଣିତ ହେବ। ‘ଅର୍କ’ ଭେଇକିଲ୍ ସ୍ପେସରେ ମଧ୍ୟ ରହି ପାରିବ। କମ୍ପାନୀରର କହିବା ଅନୁସାରେ, ମହାକାଶରେ ଏହା ୫ବର୍ଷ ପର୍ଯ୍ୟନ୍ତ ରହିପାରେ। ଅର୍କ’ ମାତ୍ର ୬୦ ମିନିଟ୍ରେ ଡେଲିଭରି କରିବ। ଯାହାକି ଲଜିଷ୍ଟିକ୍ ଦୁନିଆରେ ଏକ କ୍ରାନ୍ତିକାରୀ ସର୍ଭିସ ହେବାକୁ ଯାଉଛି।