ପ୍ରମୂଖ ଖବର
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ମେ ମାସରୁ କନ୍ଧମାଳ ଜିଲ୍ଲାରେ ବନ୍ଦ ହେବାକୁ ଯାଉଛି ପ୍ରସବ ଯାନ ସେବା

Published By : Prameya | April 23, 2025 10:45 PM

ଫିରିଙ୍ଗିଆ ,୨୩।୪ : କନ୍ଧମାଳ ଜିଲ୍ଲା ରେ ଏମିତି ବହୁତ ଅଂଚଳ ଅଛି ଯାହାକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ବହୁତ ଦୂର । ଫଳରେ ଗର୍ଭବତୀଙ୍କୁ  ଅନେକ ସମୟରେ ପ୍ରସବ ପାଇଁ ଅସୁବିଧାର ସମ୍ମୁଖରନ ହେବାକୁ ପଡିଥାଏ। ଏଥିସହ ମାତୃ ଓ ଶିଶୁ ମୃତ୍ୟୁ ମଧ୍ୟ  ଘଟୁଥିଲା  । ଏଣୁ ଏହି ସମସ୍ୟାର ସମାଧାନ ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ପଦ‌କ୍ଷେପ ନିଆଯାଇଥିଲା। ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ଜିଲ୍ଲାର   ଅପହଞ୍ଚ ଗ୍ରାମ ପଂଚାୟତରେ ଗର୍ଭବତୀଙ୍କ ସୁରକ୍ଷିତ ପ୍ରସବ ନିମନ୍ତେ  ୨୦୧୮ ମସିହାରୁ ୦୨ ଗୋଟି ପ୍ରସବ ଯାନର ବ୍ୟବସ୍ଥା କରାଯାଇଥିଲା।  ଫିରିଙ୍ଗିଆ ଓ ତୁମୁଡିବନ୍ଧ ବ୍ଲକ୍ ର ସୁବର୍ଣ୍ଣଗିରି ଠାରେ ଏହି ବ୍ୟବସ୍ଥା କରାଯାଇଥିଲା  ।

 ପରେ ଏହାର ସଂପ୍ରସାରଣ କରାଯାଇ ଆଉ ୪ ଟି ପ୍ରସବ ଯାନ ୨୦୨୨ ମସିହା ଅକ୍ଟୋବର୍ ମାସ ଠାରୁ ଆରମ୍ଭ କରାଯାଇଥିଲା । ଏହି ସୁବିଧା ବିଭିନ୍ନ ଅପହଞ୍ଚ ଇଲାକାର ଗର୍ଭବତୀଙ୍କୁ ପ୍ରସବ କରାଇବା ସହିତ ବିପଦରେ ଥିବା ନବଯାତ ଶିଶୁ ମାନଙ୍କ ଜୀବନ ବଂଚାଇବାରେ ମଧ୍ୟ ସହାୟକ ହେଉଥିଲା  । ଜନନୀ ଯନ୍ତ୍ରଣା ଠାରୁ ମୁକୁଳିବା ପାଇଁ ଜିଲ୍ଲା ପ୍ରଶାସନ ନେଇଥିବା ଏହି ସ୍ୱତନ୍ତ୍ର ପଦକ୍ଷେପ ଆସନ୍ତା ମେ ମାସ ୦୧ ତାରିଖ ଠାରୁ ଆଉ ଜିଲ୍ଲା ରେ କାର୍ଯ୍ୟ କରିବ ନାହିଁ   । ଆସନ୍ତା ମାସ ଠାରୁ ଜିଲ୍ଲାରେ ଆଉ ପ୍ରସବ ଯାନ ଗଡିବ ନାହିଁ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି  । ଏହିଭଳି ଏକ ଜନାଭିମୁଖି କାର୍ଯ୍ୟକ୍ରମକୁ ବନ୍ଦ କରିଦେବାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.