ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ଲମ୍ବସରୀ ରାଧାମାଧବ ହାଇସ୍କୁଲରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ଓ ବିଜ୍ଞାନ ଶିକ୍ଷକ ନିଯୁକ୍ତି ପାଇଁ ଦାବି

Published By : Suraj Kumar | August 10, 2025 7:21 PM

କଣ୍ଟାମାଳ,୧୦।୮ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଲମ୍ବସରି ରାଧାମାଧବ ହାଇସ୍କୁଲରେ ଛାତ୍ରୀଛାତ୍ରୀ ତୁଳନାରେ ଆବଶ୍ୟକ ଶ୍ରେଣୀ ଗୃହ  ନାହିଁ। ସେହିପରି  ୧୮ ବର୍ଷ ହେଲା ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ନାହାନ୍ତି। ସ୍କୁଲରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ଓ ବିଜ୍ଞାନ ଶିକ୍ଷକ ନିଯୁକ୍ତି ପାଇଁ ସାଧାରଣରେ ଦାବି ହେଉଛି।  

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଲମ୍ବସରି ରାଧାମାଧବ ହାଇସ୍କୁଲ ନାମରେ ୧୯୯୬ମସିହାରେ ସ୍ଥାପନ କରାଯାଇଥିଲା l ଉକ୍ତ ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରି ଏବେ ହଜାର ହଜାର ଛାତ୍ରଛାତ୍ରୀ ଦେଶର କୋଣ ଅନୁକୋଣରେ କାର୍ଯ୍ୟରତ ଅଛନ୍ତି l ଉକ୍ତ ବିଦ୍ୟାଳୟରେ ନବମ ଶ୍ରେଣୀ ରେ ୧୦୪ଜଣ ଛାତ୍ରଛାତ୍ରୀ ଓ ଦଶମ ଶ୍ରେଣୀରେ ୯୬ଜଣ ଛାତ୍ରଛାତ୍ରୀ ମିଶି୨୦୦ଜଣ ଛାତ୍ରଛାତ୍ରୀ ଏବେ ପଡ଼ୁଅଛନ୍ତି l ବର୍ତ୍ତମାନ ଦୁଇଟି ଶ୍ରେଣୀ ଗୃହରେ ୨୦୦ଜଣ ଛାତ୍ର, ଛାତ୍ରୀ ପଡୁଛନ୍ତି l ତେଣୁ ଉକ୍ତ ବିଦ୍ୟାଳୟରେ ଆଉ ଦୁଇଟି ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କରାଯିବାକୁ ଦାବି ହେଉଛି l 

ସ୍କୁଲରେ ଛାତ୍ରଛାତ୍ରୀମାନେ ସାଇକେଲ ଗୁଡିକ ଖରା, ବର୍ଷାରେ ଏଣେତେଣେ ରଖୁଛନ୍ତି । ତେଣୁ ଗୋଟିଏ ସୁରକ୍ଷିତ ସ୍ଥାନରେ ରଖିବାକୁ ଏକ ସାଇକେଲ ଷ୍ଟାଣ୍ଡ ନିର୍ମାଣ କରାଯିବାକୁ ଛାତ୍ର, ଛାତ୍ରୀ ମାନେ ଦାବି କରୁଛନ୍ତି l ବିଦ୍ୟାଳୟର ଚାରିପଟେ ବାଉଣ୍ଡୁରୀ ନିର୍ମାଣ ମଧ୍ୟ ଅଧଖଣ୍ଡିଆରେ ପଡି ରହିଛି । ଫଳରେ ବିଦ୍ୟାଳୟ ଭିତରକୁ ଛେଳି, ଗାଈ, ବଳଦ ପଶି ଫୁଲଗଛ ମାନ ନଷ୍ଟକରି ଦେଉଛନ୍ତି l ପ୍ରାୟ ୧୮ ବର୍ଷ ହେବ ଉକ୍ତ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ନଥିବାରୁ ବିଜ୍ଞାନ ପାଠ ପଢିବାରେ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ତେଣୁ ଉକ୍ତ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ ଗୃହ, ବାଉଣ୍ଡୁରୀ, ସାଇକେଲ ଷ୍ଟାଣ୍ଡ ନିର୍ମାଣ ଓ ବିଜ୍ଞାନ ଶିକ୍ଷକ ନିଯୁକ୍ତି ଦେବାକୁ ଶିକ୍ଷା ବିଭାଗ ଓ ପ୍ରଶାସନ ଦୃଷ୍ଟି ଦେବାକୁ ଛାତ୍ରଛାତ୍ରୀ ଓ ଅବିଭାବକ ମହଲରେ ଦାବି ହେଉଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.