ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମିଞ୍ଜାପଙ୍କାରେ ନୂତନ ପଞ୍ଚାୟତ ଗଠନ ଦାବୀ ଜୋର ଧରିଲା

Published By : Suraj Kumar | January 14, 2025 7:35 PM

ଦାରିଙ୍ଗବାଡି, ୧୪/୧ (ଆପ୍ର) ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ପଞ୍ଚାୟତର ମିଞ୍ଜାପଙ୍କାକୁ ନୂତନ ପଞ୍ଚାୟତ ଗଠନ ନେଇ ଦାବୀ ଜୋର ଧରିଛି। ଏଣୁ ମିଞ୍ଜାପଙ୍କା ଅଂଚଳର ୧୪ ଗୋଟି ଗ୍ରାମର ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ବୈଠକ କରିଥିଲେ। ଏଥିରେ ହରଗୁଡ଼ା, ପାଙ୍ଗୁଡ଼ା, ବରଗୁଡ଼ା, ସାଲବା, କୁଡୁପାଗାଡ଼ି, ରାମ୍ବେଲି, କୁଟ୍ରୁକା, ରାଲ୍ଡିପଙ୍କା, ଝାଲବଇଡା, ବୁଡ଼ାରିପି, ଘରବଇଡା, ବଡମହା ଓ ମିଞ୍ଜାପଙ୍କା ଗ୍ରାମବାସୀ ସାମିଲ ହୋଇଥିଲେ।

କାଟିଙ୍ଗିଆ ଗ୍ରାମ ପଞ୍ଚାୟତ ଠାରୁ ଏହି ସବୁ ଗ୍ରାମ ଗୁଡ଼ିକ ୧୫ ରୁ ଉର୍ଦ୍ଧ କିମି ଦୂରତାରେ ଅବସ୍ଥିତ। ସେହିପରି ଭାବେ ଏହି ଗ୍ରାମ ଗୁଡ଼ିକ ସବୁ ବ୍ଲକ କାର୍ଯ୍ୟାଳୟ ଠାରୁ ପ୍ରାୟ ୭୦ କିମି ଦୂରରେ ଅବସ୍ଥିତ। ଯାହାରି ଫଳରେ ସରକାରଙ୍କ ଜନ ହିତକର ଯୋଜନା ସବୁ ପ୍ରାୟ ଏହି ଗ୍ରାମ ବାସୀ ମାନଙ୍କ ପାଇଁ ଅପହଞ୍ଚ ହୋଇ ରହୁ ଥିବା ମିରା ସୁଆଲସିଂ ଓ କାମଦେବ ମଲିକ କହିଛନ୍ତି। ଏଣୁ ମିଞ୍ଜାପଙ୍କାରେ ନୂତନ ପଞ୍ଚାୟତ ଗଠନ ନେଇ ଅଞ୍ଚଳ ବାସୀ ଲିଖିତ ଭାବେ ମୁଖ୍ୟମନ୍ତ୍ରୀ, ପଞ୍ଚାୟତରାଜ ମନ୍ତ୍ରୀ, ଜିଲ୍ଲାପାଳ କନ୍ଧମାଳ, ଉପଜିଲାପାଳ ବାଲିଗୁଡା ଓ ବିଡ଼ିଓ ଦାରିଙ୍ଗବାଡି ଙ୍କୁ ଲିଖିତ ଭାବେ ଜଣାଇଥିବା ନୂତନ ପଞ୍ଚାୟତ ଗଠନ କମିଟିର ସଭାପତି ନରେନ୍ଦ୍ର ବେହେରା, ସଂପାଦକ ଶରତ ମଲିକ, ଉପ ସଭାପତି କାମଦେବ ମଲିକ, ସୁକାନ୍ତ ମଲିକ ଓ ଜ୍ୟୋତି ସଭାସୁନ୍ଦର ପ୍ରମୁଖ ସୂଚନା ଦେଇଛନ୍ତି। ୨୦୧୪ ମସିହାରେ ହୋଇଥିବା ଉପ ନିର୍ବାଚନ ସମୟରେ ମିଞ୍ଜାପଙ୍କା ଅଞ୍ଚଳ ବାସୀ ପୁର୍ବ ସରକାରଙ୍କ ମନ୍ତ୍ରୀ ମାନଙ୍କୁ ନୂତନ ପଞ୍ଚାୟତ ଗଠନ ନିମନ୍ତେ  ଜଣାଇ ଆସିଥିଲେ। ଦୀର୍ଘ ୧୦ ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏ କୌଣସି ସୁଫଳ ପାଇଲେ ନାହିଁ। ଏବେ ପୁଣି ଅଞ୍ଚଳ ବାସୀ ନୂତନ ପଞ୍ଚାୟତ ଗଠନ ନେଇ ଅଣ୍ଟା ଭିଡିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.