ନୂଆଦିଲ୍ଲୀ,୫।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ତାଜା ଖୁଲାସାରେ ପରମାଣୁ ପରୀକ୍ଷଣ ସମ୍ପର୍କିତ ଏକ ଗମ୍ଭୀର ରହସ୍ୟ ଜଣାପଡିଛି। ତାଙ୍କର ଦାବି ଅନୁସାରେ, ପାକିସ୍ତାନ ଗୁପ୍ତ ଭାବରେ ପରମାଣୁ ପରୀକ୍ଷଣ କରୁଛି। ଏନେଇ ସିନ୍ଧି ନାଗରିକ ସମାଜର ସଂଗଠନ ଓ ସିନ୍ଧୁଦେଶ ଆନ୍ଦୋଳନର ମିଳିତ ମଞ୍ଚ ଚିନ୍ତା ପ୍ରକାଶ କରିଛି। ଏହି ସଂଗଠନ ଆଜିକାଲି ସନ୍ଦିଗ୍ଧ ପରମାଣୁ ସମ୍ପର୍କତି ଗତିବିଧି ବିଷୟରେ ତୁରନ୍ତ ଅନ୍ତର୍ଜାତୀୟ ସ୍ତରରେ ଯାଞ୍ଚ କରିବାର ଅପିଲ କରିଛି।
ଜାତିସଂଘର ମହାସଚିବ, ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି, (ଆଇଏଇଏ), ଜାତିସଂଘର ନିରସ୍ତ୍ରୀକରଣ କାର୍ଯ୍ୟାଳୟ ତଥା ଜାତିସଂଘର ମାନବାଧିକାର ହାଇକମିଶନର କାର୍ଯ୍ୟାଳୟ (ଓଏଚ୍ସିଏଚ୍ଆର)କୁ ପଠାଯାଇଥିବା ଏକ ଔପଚାରିକ ପତ୍ରରେ ଏହି ଗୋଷ୍ଠୀ ଅଭିଯୋଗ କରିଛି ଯେ, ଜମଶୋରୋର ଉତ୍ତରରେ ନୋରିୟାବାଦ ନିକଟ, କମ୍ବର-ଶାହଦାଦକୋଟ୍ ଜିଲ୍ଲା ନିକଟସ୍ଥ ତଥା ମଞ୍ଚର ହ୍ରଦର ପଶ୍ଚିମ ଭାଗରେ ବହୁ ସୁଡଙ୍ଗ ତିଆରି କରାଯାଉଛି। ଏହି ପତ୍ର ଜେୟ ସିନ୍ଧ ମୁତ୍ତାହିଦା ମହାଜାର ଅଧ୍ୟକ୍ଷ ଶଫି ବୁରଫତ ନିଜର ଏକ୍ସ ହାଣ୍ଡେଲରେ ପୋଷ୍ଟ କରିଛନ୍ତି।
ଦସ୍ତାବିଜ ଅନୁସାରେ, ଏହି ସୁଡଙ୍ଗରେ କଡାକଡି ଭାବରେ ସାମରିକ ଗୋପନୀୟତା ପାଳନ ହେଉଛି। ଏଠାରେ ପ୍ରବେଶ ଉପରେ ପୂର୍ଣ୍ଣ କଟକଣା ଲାଗିଛି ଓ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏହାର ଉପଯୋଗ ପରମାଣୁ ସାମଗ୍ରୀର ବିତରଣ କିମ୍ବା ଏ ସମ୍ପର୍କିତ ପକ୍ରିୟା ପାଇଁ କରାଯାଇପାରେ। ଏହା ଯଦି ବାସ୍ତବରେ ଏଥିରେ ପରମାଣୁ ପଦାର୍ଥ ରହିଛି, ତେବେ ଏହାଦ୍ବାରା ରେଡିଓଲଜିକାଲ ପ୍ରଦୂଷଣ, ପରିବେଶ ବିନାଶ ତଥା ବିଶ୍ବ ପରମାଣୁ ସୁକ୍ଷା ଓ ଅପ୍ରସାର ନିୟମର ଉଲଂଘନ ହେବାର ଗମ୍ଭୀର ବିପଦ ସୃଷ୍ଟି ହୋଇଥିଲା।