ପ୍ରମୂଖ ଖବର
  • ଟାଙ୍ଗୀ: ବୋମାମାଡ କରି ସୁନା ଦୋକାନରୁ ଲୁଟ
  • ||
  • ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡ଼ିଲା କାର୍‌
  • ||
  • ସୁବର୍ଣ୍ଣରେଖାରେ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା: ସର୍ବୋଚ୍ଚ ଯନ୍ତ୍ରୀ
  • ||
  • କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
  • ||
  • ଉଛୁଳା ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଜଳେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳସ୍ତର
  • ||
  • ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ
  • ||

ଯାତ୍ରା ଟିକେଟ ଦର ୧୦୦ରୁ ଦୁଇ ଶହ ମଧ୍ୟରେ ସୀମିତ ରଖିବାକୁ ଦାବି ଜୋର ଧରିଲା

Published By : Gurupada Nath | August 24, 2025 9:01 PM

ଭୁବନେଶ୍ବର,୨୪/୮: ଓଡ଼ିଶା ଯାତ୍ରା କମିଟି ସୁରକ୍ଷା ମଞ୍ଚ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଅପେରା କମଟି (ଦୋଳ ପୂର୍ଣ୍ଣିମା କମିଟି, ଗ୍ରାମ୍ୟ କମିଟି, ମନ୍ଦିର କମିଟି ଓ ମେଳା କମିଟି)ମାନଙ୍କୁ ନେଇ ଏକ ଜରୁରି ବୈଠକ ଖଣ୍ଡଗିରି ଛକ ନିକଟସ୍ଥ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଯାତ୍ରାରେ ସୁଗମ ଓ ସୁଲଭ ବ୍ୟବସ୍ଥା ଆପଣାଇବା ଯାତ୍ରା ପାର୍ଟି ନିକଟରେ ଦାବି କରିବା ନେଇ କମିଟିରେ ନିଷ୍ପତ୍ତି ହୋଇଛି ।  

ଓଡ଼ିଶାର ପାରମ୍ପରିକ କଳା ମଧ୍ୟରେ ‘ଯାତ୍ରା’ ବା ‘ଅପରୋ’ର ସ୍ଥାନ ସ୍ବତନ୍ତ୍ର । ଏହାର ଦର୍ଶକ ମଧ୍ୟ ସ୍ବତନ୍ତ୍ର । ମାତ୍ର ଯାତ୍ରା ପରିବେଷଣ ପାଇଁ ଯାତ୍ରା ପାର୍ଟି ପକ୍ଷରୁ ରାତି ପିଚ୍ଛା ନିଆଯାଉଥିବା ଦର ସଂପ୍ରତି ସମସ୍ୟା ସୃଷ୍ଟି କରିଛି । ପ୍ରଥମତଃ ରାତି ପିଚ୍ଛା ଏବେ ଏ-ଗ୍ରେଡ୍‌ ଦଳ ୪ଲକ୍ଷ ୨୦ ହଜାର ଟଙ୍କା ନେଉଛନ୍ତି । ତେଣୁ ଯାତ୍ରା ଦେଖିବା ପାଇଁ ଟିକେଟ ୨୦୦ରୁ ୪ଶହ ଟଙ୍କାରେ ବିକ୍ରି ହେଉଛି। ଫଳରେ ଗୋଟିଏ ପରିବାରରୁ ୫ ଜଣ ଆସିଲେ, ସର୍ବନିମ୍ନ ୧୦୦୦ ଟଙ୍କା ଟିକେଟ୍‌ ଦେଇ ଯାତ୍ରା ଦେଖିବା ନେଇ ଆଉ ଆଗ୍ରହ ପ୍ରକାଶ ପାଉନାହିଁ। 

ତେଣୁ ଯାତ୍ରା ଦେଖିବାକୁ ଦର୍ଶକଙ୍କ ଆଗମନ ପୂର୍ବ ତୁଳନାରେ ବେଶ ହ୍ରାସ ପାଇଛି। ଏ ନେଇ ଓଡ଼ିଶା ଯାତ୍ରା କମିଟି ସୁରକ୍ଷା ମଞ୍ଚର ସମ୍ପାଦକ କୃଷ୍ଣଚନ୍ଦ୍ର ଜେନା କହିଛନ୍ତି, ଯାତ୍ରା ପାର୍ଟି ଗ୍ରେଡେସନ ଭିତ୍ତିରେ ରାତି ପିଚ୍ଛା ଯାତ୍ରା ପରିବେଷଣର ଦର ଧାର୍ଯ୍ୟ କରିବାକୁ ଦାବି ହୋଇଛି । ସୁତରାଂ ଯାତ୍ରା ଦଳମାନେ ଏ-ଗ୍ରେଡ ଦଳ ରାତି ପିଚ୍ଛା ଯାତ୍ରା ପରିବେଷଣ ଦର ୨ଲକ୍ଷ ୫୦ ହଜାରରେ ସୀମିତ ରଖନ୍ତୁ, ବି-ଗ୍ରେଡ ଦଳ ୨ଲକ୍ଷ ଟଙ୍କା ଏବଂ ସି-ଗ୍ରେଡ ପାର୍ଟି ୧ଲକ୍ଷ ୮୦ ହଜାର ଟଙ୍କା ଦର ଧାର୍ଯ୍ୟ କରିବାକୁ ଦାବି କରାଯିବ। ଏହା ହୋଇପାରିଲେ ଲୋକେ ୧୦୦ରୁ ୨ଶହ ଟଙ୍କା ଭିତରେ ଟିକେଟ ଦେଇ ଯାତ୍ରା ଦେଖିପାରିବେ ଏବଂ ପୁଣି ଯାତ୍ରା ଦେଖିବାକୁ ବିପୁଳ ଯାତ୍ରା ଦର୍ଶକଙ୍କ ଭିଡ଼ ଜମିବ ବୋଲି ସେ କହିଛନ୍ତି। ବଳିଷ୍ଠ କାହାଣୀକୁ ଯାତ୍ରା ମାଲିକମାନେ ଗୁରୁତ୍ବ ଦେବାକୁ ଦାବି ରଖାଯିବ। 

ମଞ୍ଚର ନୃସିଂହ ପ୍ରସାଦ ସୁନ୍ଦରାୟ କହିଛନ୍ତି, ଯାତ୍ରାରେ ନଗ୍ନତାକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ। ଏ ନେଇ ସମସ୍ତ ଯାତ୍ରା ଆୟୋଜକ କମିଟିମାନେ ସହମତି ପ୍ରକାଶ କରିଛନ୍ତି । ଯେପରି ସାମାନ୍ୟତମ ନଗ୍ନତା ଦେଖିବାକୁ ନ ମିଳେ ସେଥିପ୍ରତି ଯାତ୍ରା ମାଲିକମାନେ ଗୁରୁତ୍ବ ଦେବେ । ନଗ୍ନତା ଯୋଗୁଁ ମହିଳା ଦର୍ଶକଙ୍କ ଆଗମନ ହ୍ରାସ ପାଉଛି । ତେଣୁ ଯେପରି ମହିଳା ଦର୍ଶକ ସପରିବାର ବସି ଯାତ୍ରା ଦେଖିପାରିବେ ସେ ନେଇ ଯାତ୍ରା ମାଲିକମାନେ ଗୁରୁତ୍ବ ଦେବାକୁ ସମସ୍ତ କମିଟି ପକ୍ଷରୁ ଦାବି କରାଯିବ । ବିଶେଷ କରି ଯାତ୍ରା ମାଲିକ ଓ ଯାତ୍ରା କମିଟି କର୍ମକର୍ତ୍ତାମାନେ ଉଭୟଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରହିବ ଏବଂ ବୁଝାମଣା ଭିତ୍ତିରେ ଯାତ୍ରା କଳାର ଉନ୍ନତି ସାଧନ ହୋଇପାରିବ ସେ ନେଇ ଗୁରୁତ୍ବ ଦିଆଯିବ। ବିଶେଷ କରି ସମସ୍ତ କମିଟି ଗୁଡିକ ଏ ସମସ୍ତ ଦାବି ଉପରେ ସହମତି ପ୍ରଦାନ କରିଥିଲେ । ସଭାପତି ରଘୁନାଥ ମହାନ୍ତି, ଉପ ସଭାପତି ବୈକୁଣ୍ଠ ନାଥ ପାକଳ ମଧ୍ୟ ଏହା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ସହ ସମ୍ପାଦକ ପ୍ରମୋଦ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.