ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଲମତାପୁଟରେ ଶୀତ ଲହରୀ, ୧୫ ଡିଗ୍ରୀ ତଳକୁ ଖସିଲା ପାରଦ

Published By : Rasmita Pradhan | November 4, 2024 8:33 AM

ଲମତାପୁଟ, ୦୪/୧୧ : ଲମତାପୁଟ ବ୍ଲକରେ ତଳ ମୁହାଁ ପାରଦ। ଲମତାପୁଟରେ ହାଡ଼ଭଙ୍ଗା ଶୀତ ଲହରି ଆରମ୍ଭ ହୋଇଛି। ଏଠାରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି। ଡେରିରେ ହେଉ ପଛେ ଶୀତ ପଡ଼ିଛି। ସକାଳ ୧୦ଟା ପର୍ଯ୍ୟନ୍ତ କୁହୁଡ଼ି ସାରା ଅଞ୍ଚଳକୁ ଢାଙ୍କି ରଖୁଛି। ଫଳରେ ଯାତାୟତରେ ବିଭିନ୍ନ ସମସ୍ୟା ଉପୁଜୁଛି। ଘନ କୁହୁଡ଼ି ଯୋଗୁଁ ରାସ୍ତା ଦେଖାଯାଉ ନଥିବାରୁ ଗାଡି ମୋଟର ଚଳାଚଳରେ ଅସୁବିଧା ହେଉଛି। 

କୋରାପୁଟର କାଶ୍ମୀର କୁହାଯାଉଥିବା ଲମତାପୁଟ ବ୍ଲକରେ ଶୀତ ଧୀରେ ଧୀରେ ବଢିବାରେ ଲାଗିଛି। ସନ୍ଧ୍ୟା ୭ଟାରେ ମୁଖ୍ୟ ବଜାର ଶୂନସାନ୍ ହୋଇଯାଉଛି। ଲୋକେ ନିଆଁ ଜାଳି ଶୀତ ଛଡାଉଛନ୍ତି। ଶୀତ ବଢିବା ସଙ୍ଗେସଙ୍ଗେ ସାକଳୁ ସାକଳୁ ଚା ଦୋକାନ ଗୁଡିକରେ ଭିଡ଼ ଜମୁଛି। ଶୀତ ପଡ଼ିବା ଯୋଗୁଁ ଲମତାପୁଟ ବ୍ଲକକୁ ପର୍ଯ୍ୟଟନଙ୍କ ଆଗମନ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ଭଲ ବର୍ଷା ହୋଇଥିବା ବେଳେ ଶୀତ ବଢିବା ନେଇ ଆଶା ରହିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.