ନୂଆଦିଲ୍ଲୀ,୧୮/୦୩: ପ୍ରେମ ପାଇଁ ହାଇ ଭୋଲଟେଜ୍ ଡ୍ରାମା। ବିବାହିତ ପ୍ରେମିକକୁ ବିବାହ କରିବାକୁ ମୋବାଇଲ ଟାଓ୍ୱାରରେ ଚଢ଼ିଲେ ଯୁବତୀ । ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାରୁ ଏହି ଘଟଣା ସାମ୍ନାକୁ ଆସିଛି। ଯାହାର ଭିଡିଓ ଭାଇରାଲ ହେବାଲ ହେବାରେ ଲାଗିଛି । 

ଘଟଣା ବିଷୟରେ ଜାଣିବା ପରେ, ଝିଅଟିର ପରିବାର ଲୋକ ସେଠାରେ ପହଞ୍ଚିଥିଲେ। ପୁଲିସ ଏବଂ ପରିବାରର ବହୁ ବୁଝାସୁଝା ପରେ, ଯୁବତୀ ଜଣକ ଶେଷରେ ତଳକୁ ଓହ୍ଲାଇଥିବା ଜଣାପଡିଛି। ତେବେ ଏହି ହାଇ-ଭୋଲଟେଜ୍ ଡ୍ରାମା ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା। ଏହି ମାମଲାକୁ ନେଇ, ବାଘାଉଚଘାଟ ପୁଲିସ ଷ୍ଟେସନର ପୋଲିସ କହିଛି ଯେ, ମହିଳାଙ୍କୁ ଥାନାକୁ ନିଆଯାଇଛି ଏବଂ ଯୁବକଙ୍କୁ ମଧ୍ୟ ଥାନାକୁ ଡକାଯାଇଛି। ଉଭୟ ପକ୍ଷଙ୍କ ସହିତ କଥାବାର୍ତ୍ତା କରାଯାଉଛି। ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆହୁରି ପଢନ୍ତୁ- ହର୍ମୁଜ ପ୍ରଣାଳୀରେ ଭାରତ-ଇରାନ ମଧ୍ୟରେ ମାଷ୍ଟର ପ୍ଲାନ ! ପଛଘୁଞ୍ଚା ଦେଲା NATO, ଚିନ୍ତାରେ ଆମେରିକା-ୟୁରୋପ

ସୂଚନା ମୁତାବକ,  ଦେଓରିଆ ଜିଲ୍ଲାର ବାଘାଉଚଘାଟ ଥାନା ଅଞ୍ଚଳର ଏକ ଗାଁରେ ରହୁଥିବା ଜଣେ ଝିଅ ଗତ ୩ ବର୍ଷ ଧରି ସେହି ଗାଁର ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କରେ ଥିଲା। କିନ୍ତୁ ଏହି ସମୟ ମଧ୍ୟରେ ଯୁବକ ଜଣକ ଗୋଟିଏ ବର୍ଷ ପୂର୍ବରୁ ଆଉ କାହାକୁ ବିବାହ କରିଥିଲେ କିନ୍ତୁ ଝିଅଟି ଏପର୍ଯ୍ୟନ୍ତ ବିବାହିତ ହୋଇନଥିବା ବେଳେ ସେ ସେହି ଯୁବକଙ୍କୁ ଏବେ ବି ଭଲ ପାଇବା ସହ ବିବାହ କରିବାକୁ ଚାହୁଁଥିଲେ ।  କିନ୍ତୁ, ତାଙ୍କ ପରିବାର ଏହି ବିବାହରେ ରାଜି ହେଉ ନଥିଲେ। ମଙ୍ଗଳବାର ଅପରାହ୍ନରେ, ଯୁବତୀଙ୍କ ପରିବାର ସହିତ ବିବାହକୁ ନେଇ ଯୁକ୍ତିତର୍କ ହୋଇଥିଲା, ଯାହା ଫଳରେ ସେ ରାଗରେ ଘରୁ ବାହାରି ଗାଁ ବାହାରେ ଥିବା ଏକ ମୋବାଇଲ୍ ଟାୱାରରେ ଚଢ଼ି ଯାଇଥିଲେ। ଟାୱାର ଉପରେ ଚଢ଼ିବା ପରେ, ସେ ତାଙ୍କ ପ୍ରେମିକଙ୍କ ନାମ ନେଇ ଚିତ୍କାର କରିବାକୁ ଲାଗିଲେ ଏବଂ ତାଙ୍କୁ ଡାକିବାକୁ ଦାବି କଲେ। ଏହା ଦେଖି ସେଠାରେ ଥିବା ଜଣେ ବ୍ୟକ୍ତି ବାଘାଉଚଘାଟ ପୁଲିସକୁ ଖବର ଦେଇଥିଲେ।ପୁଲିସ ଉଭୟ ପକ୍ଷଙ୍କୁ ବୁଝାଇବାକୁ ଚେଷ୍ଟା କରିଛି।