ପ୍ରମୂଖ ଖବର

ସୁଭଦ୍ରା ଟଙ୍କା ପାଇନଥିବା ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

Published By : Swapna Ray | November 13, 2024 3:21 PM

ଭୁବନେଶ୍ୱର, ୧୩।୧୧: ସୁଭଦ୍ରା ହିତାଧିକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ବପୂର୍ଣ୍ଣ ପରାମର୍ଶ l ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଲିଙ୍କ୍‌ ପାଇଁ ପରାମର୍ଶ ଦେଇଛନ୍ତି l ଉପମୁଖ୍ୟମନ୍ତ୍ରୀଙ୍କ କହିବାନୁସାରେ, ପ୍ରାୟ ୫ ଲକ୍ଷ ଆବେଦନକାରୀଙ୍କର ବ୍ୟାଙ୍କ ସହ ଲିଙ୍କେଜ୍‌ ହୋଇନାହିଁ l ବ୍ୟାଙ୍କ ଆକାଉଣ୍ଟ-ଆଧାର-ମୋବାଇଲ ନମ୍ବର ମଧ୍ୟରେ ସମନ୍ବୟ ନାହିଁ । ଯେଉଁମାନଙ୍କର ଦୁଇ ତିନିଟି ଆକାଉଣ୍ଟ ରହିଛି, ସେମାନଙ୍କର ଏଭଳି ସମସ୍ୟା ଦେଖାଦେଉଛି l ବ୍ୟାଙ୍କ ଯାଇ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଯୋଡ଼ିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି l 

୨୪ ତାରିଖରେ ବାକି ଥିବା ହିତାଧିକାରୀଙ୍କୁ ଟଙ୍କା ମିଳିଯିବ l ଯଦି କେହି ଏଥିରୁ ବଞ୍ଚିତ ହୁଅନ୍ତି, ତେବେ ୨୪ ତାରିଖ ପରେ ଗାଁ ଗାଁକୁ ଟିମ୍‌ ଯାଇ ତଦାରଖ କରିବ ବୋଲି ସେ କହିଛନ୍ତି l ଅନ୍ୟପଟେ ଅଙ୍ଗନବାଡ଼ି କର୍ମୀ ବ୍ୟକ୍ତିଗତ ଭାବେ ଯାଇ ଭେରିଫିକେସନ କରିବେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.