ଭୁବନେଶ୍ୱର ୨୭/୦୧ : ରାଜ୍ୟରେ ଅପପୁଷ୍ଟି ରହିଛି । ମୁଁ ମନା କରୁନାହିଁ । ଓଡିଶାରେ ଅପପୁଷ୍ଟି ଅଛି ବୋଲି ତାକୁ ଦୂର କରିବା ପାଇଁ ଆମ ଅଭିଯାନ ଆରମ୍ଭ କରିଛୁ । ଅପପୁଷ୍ଟି ମୁକ୍ତ ଓଡିଶା ଆମର ଲକ୍ଷ୍ୟ । ଅପପୁଷ୍ଟିର କାରଣ ଖୋଜି ତାହାର ନିରାକରଣ କରିବାକୁ ବିଭାଗ ତତ୍ପର ରହିଛି ବିଭାଗ, ସ୍ବେଛାସେବୀ ସଂଗଠନ ସହିତ ସଂଯୋଗରେ ଓଡିଶାକୁ ସୁପୋଷିତ ଓଡିଶା କରିବା ଏବଂ ଅପପୁଷ୍ଟି ମୁକ୍ତ କରିବାକୁ ଆମେ ପ୍ରତିବଦ୍ଧ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅପପୁଷ୍ଟି ମୁକ୍ତ ପାଇଁ ବିଭାଗ କ୍ୟାମ୍ପେନ ମୁଡ଼ରେ ନେଉଛୁ । ଓଡିଶାର ଛୁଆ ମାନେ ସୁସ୍ଥ ରୁହନ୍ତୁ, ଏଭଳି ବ୍ୟବସ୍ତା ଅଛି । ଯେଉଁ ଅଙ୍ଗନବାଡି କେନ୍ଦ୍ରରେ ଗୋଟେ ବୋଲି ଅପପୁଷ୍ଟି ଛୁଆ ମିଳିବେନି, ସେହି ଅଙ୍ଗନବାଡି କେନ୍ଦ୍ରକୁ ସଶକ୍ତ ଅଙ୍ଗନବାଡି ପୁରସ୍କାର ଦିଆଯିବ। ଏହାର ସିକିଲସେଲ, ଆନିମିଆ ଭଳି କାରଣ ଖୋଜି ଏହାର ନିରାକରଣ କରାଯାଉଛି। ପିଲାଙ୍କ ଓଜନ କରିବା, ସୁପୋଷଣ ଖାଦ୍ୟ ଦେବା ଏବଂ ପରିବାର, ଗାଁ ଏବଂ ଗୋଷ୍ଠୀଙ୍କୁ ଶିକ୍ଷିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଅଭିଯାନ ମହିଳା ଓ ଶିଶୁ ବିକାଶ ବିଭାଗ ଆରମ୍ଭ କରିଛି କାମ। ସେହିପରି ବୌଦ୍ଧ ଖରଭଙ୍ଗା ଅପପୁଷ୍ଟି ଖବର ନେଇ ଆମେ ରିପୋର୍ଟ ମାଗିଛୁ, ରିପୋର୍ଟ ଆସିଲେ ତାହାର ନିରାକରଣ କରାଯିବ।

ଖାଲି ଏତିକି ନୁହେଁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁ ଜାଗାରେ ଅଙ୍ଗନବାଡି କେନ୍ଦ୍ର କରିବାକୁ ପ୍ରଥମେ ଆମେ ସୁନିଶ୍ଚିତ କରିବୁ । ଏଥିପାଇଁ ଅର୍ଥର ବ୍ୟୟବରାଦ ମଧ୍ୟ କରାଯାଇଛି । କୁ ପୋଷଣକୁ ହଟାଇବା ପାଇଁ ଟେକନୋଲୋଜିର ବ୍ୟବହାର ମହିଳା ଓ ଶିଶୁ ବିକାଶ ବିଭାଗ ଲଗାତାର ପ୍ରୟାସ କରୁଛି । ଏଆଇ ବେସଡ଼ ଅଙ୍ଗନବାଡି ହେବ, ସେତେବେଳେ ଓଡିଶା ଆଗରେ ରହିବ । ଏବଂ ଏଥିରେ ରାଜ୍ୟର ନିଜସ୍ୱ ଜ୍ଞାନ କୌଶଳ ବ୍ୟବହାର କରାଯିବ।